ମୁଖ୍ୟମନ୍ତ୍ରୀ ରହିବାକୁ ନୀତିଶ ଅରାଜି !

ପାଟନା: ବିହାର ବିଧାନସଭା ନିର୍ବାଚନରେ ଏନଡିଏ ସଂଖ୍ୟା ଗରିଷ୍ଠ ହାସଲ କରିଥିଲା ବେଳେ ଜେଡିୟୁ ନେତା ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ସ୍ପଷ୍ଟ କରିଦେଇଛି । ମାତ୍ର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ଶ୍ରୀ କୁମାର ଅନିଚ୍ଛା ପ୍ରକାଶ କରିଥିବା ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାଯାଇଛି । ତେବେ ବିଜେପିର ବରିଷ୍ଠ ନେତା ମାନେ ତାଙ୍କୁ ମୁଖ୍ୟପଦ ସମ୍ଭାଳିବା ପାଇଁ ପ୍ରବତାଇବା ସହ ତାଙ୍କ ଇଚ୍ଛା ଅନୁସାରେ ପୂର୍ଣ୍ଣ ସ୍ୱାଧୀନଭାବେ ସରକାର ଚଳାଇବେ ବୋଲି କହିଥିବା ଏହି ସୂତ୍ରରୁ ଜଣାଯାଇଛି । ସୂଚନା ଯୋଗ୍ୟ ଯେ, ବିହାର ବିଧାନସଭା ନିର୍ବାଚନରେ ଏନଡିଏ ୧୨୫ଟି ଆସନ ହାସଲ କରିଥିବା ବେଳେ ବିଜେପି ୭୪ ଏବଂ ଜେଡିୟୁ ମାତ୍ର ୪୩ଟି ଆସନ ପାଇଛି । ନିର୍ବାଚନରେ ଦଳ ଉତମ ପ୍ରଦର୍ଶନ କରିନଥିବାରୁ ସେ ମୁଖ୍ୟମନ୍ତ୍ରୀ ହେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଗତକାଲି ଶ୍ରୀ କୁମାରଙ୍କୁ ବିଜେପି ନେତା ଡଃ ସଞ୍ଜୟ ଜୟସୁଆଲ, ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରମୁଖ ଭେଟି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପାଇଁ ଅନୁରୋଧ କରିଥିବା ଜଣାଯାଇଛି ।

Leave A Reply

Your email address will not be published.

17 − 7 =