ମୋଦୀ ସରକାରଙ୍କୁ ଘେରିଲେ କଂଗ୍ରେସ-ଟିଏମସି ନେତା



ନୂଆଦିଲ୍ଲୀ- ମହାମାରୀ କରୋନା ପାଇଁ ଚଳିତ ବର୍ଷ ମୌସୁମୀ ଅଧିବେଶନରେ ପ୍ରଶ୍ନାକାଳ ରହିବ ନାହିଁ । ଏନେଇ ରାଜ୍ୟସଭା ସଚିବ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ପ୍ରଶ୍ନକାଳ ଉଠାଇବା ପ୍ରସଙ୍ଗରେ କଂଗ୍ରେସ ଟିଏମସି ନେତା ବିରୋଧ କରିଛନ୍ତି । କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି ଚାରିମାସ ପୂର୍ବରୁ ମୁଁ କହିଥିଲି ଶକ୍ତିଶାଳୀ ନେତା ମହାମାରୀକୁ ଗଣତନ୍ତ୍ରର ସମାପ୍ତି ଭାବରେ ବ୍ୟବହାର କରିପାରନ୍ତି । ରାଜ୍ୟସଭା ସଚିବ ଯେଉଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ତାହା ଆମକୁ ସୁରକ୍ଷିତ ରଖିବାରେ କେତେ ଦୂର ଠିକ ବୋଲି ପ୍ରଶ୍ନ କରିଛନ୍ତି । ଶିଶି ଥରରଙ୍କ ଟିଏମସି ରାଜ୍ୟସଭା ସାଂସଦ ଦିନେଶ ତ୍ରିବେଦୀ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଏହାକୁ ବିରୋଧ କରିବା ପ୍ରତ୍ୟେକ ସାଂସଦଙ୍କର କର୍ତବ୍ୟ । ଏହା ହେଉଛି ଏକ ମାଧ୍ୟମ ଯାହା ଜରିଆରେ ଆପଣ ସରକାରଙ୍କୁ ପ୍ରଶ୍ନ ପଚାରିପାରିବେ ।

Leave A Reply

Your email address will not be published.

7 + eighteen =