ରାଜନୈତିକ ଦଳଗୁଡିକର ପରାମର୍ଶ ଲୋଡିଲେ କମିଶନ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢି ଚାଲିଥି ବେଳେ ନିକଟ ଭବିଷ୍ୟତରେ କେତେକ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ଏବଂ ବିହାର ବିଧାନସଭା ନିର୍ବାଚନ ନେଇ ସଂଶୟ ଦେଖାଦେଇଛି । ତେବେ ଦେଶର ସମ୍ବିଧାନ ଅନୁଯାୟୀ ନିର୍ଦ୍ଧାରିିତ ସମୟରେ ନିର୍ବାଚନ ହେଲେ ପ୍ରଚାର କିଭଳି ହେବ ସେ ନେଇ ନିର୍ବାଚନ କମିଶନ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳଗୁଡିକୁ ଚିଠିଲେଖି ପରାମର୍ଶ ଲୋଡିଛନ୍ତି । ଆଗାମୀ ଜୁଲାଇ ୩୧ ତାରିଖ ସୁଦ୍ଧା ନିଜ ନିଜର ପରାମର୍ଶ ପଠାଇବାକୁ କମିଶନ କହିଛନ୍ତି ।କମିଶନ ତାଙ୍କ ଚିଠିରେ ବର୍ତମାନର କରୋନା ସ୍ଥିତିକୁ ଦର୍ଶାଇଛନ୍ତି । କମିଶନ କହିଛନ୍ତି ଯେ, କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ସୁରକ୍ଷାକୁ ନିଶ୍ଚିତ କରିବା ଏବଂ ଦେଶରେ କରୋନାର ବ୍ୟାପକତାକୁ ରୋକିବା ପାଇଁ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଓ କିଛି ଅନ୍ୟ ଆଇନ ଅଧୀନରେ ନିର୍ଦେଶାବଳୀ ଜାରି କରିଛନ୍ତି । ଏହା ଭିତରେ ଦଳ ଏବଂ ପ୍ରାର୍ଥୀମାନେ କିପରି ନିର୍ବାଚନ ପ୍ରଚାର କରିବେ ଓ ବୈଠକ ଆୟୋଜନ କରିବେ ସେ ନେଇ ରାଜନୈତିକ ଦଳଗୁଡିକ ପରାମର୍ଶ ଦିଅନ୍ତୁ । ଫଳରେ ମହାମାରୀ ସମୟରେ ଏଥିପାଇଁ କମିଶନ ଗାଇଡଲାଇନ୍ ଜାରି କରିପାରିବେ ।

Leave A Reply

Your email address will not be published.

nineteen − five =