ନୂଆଦିଲ୍ଲୀ: ୧୯୮୪ରେ ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ହେବାପରେ ସରକାରରେ ଅନେକ ପରିବର୍ତନ ଆଣିଥିଲେ । ବିଭିନ୍ନ ମନ୍ତ୍ରଳାୟର ବ୍ୟାପକ ପରିବର୍ତନ କରିଥିଲେ । ୧୯୮୫ ସେପ୍ଟେମ୍ବର ୧୬ରେ ରାଜୀବ ଗାନ୍ଧି ପ୍ରଥମେ ଶିକ୍ଷା ମନ୍ତ୍ରାଳୟ ନାମ ପରିବର୍ତନ କରି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟରେ ପରିଶତ କରିଥିଲେ ଏବଂ ପି.ଭି. ନରସିଂହ ରାଓଙ୍କୁ ଏହି ମନ୍ତ୍ରାଳୟର ଦାୟିତ୍ୱ ଦେଇଥିଲେ । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ କରାଯାଇ ଏହା ଅଧୀନରେ ଶିକ୍ଷା ସମେତ ସଂସ୍କୃତି, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଳାୟକୁ ସାମିଲ କରାଯାଇଥିଲା । ଏମିତିକି ମହିଳା ଓ ଶିଶୁ ବିକାଶ ମନ୍ତ୍ରଳୟକୁ ମଧ୍ୟ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଅଧୀନରେ ରଖାଯାଇଥିଲା । ଶିକ୍ଷା ସଂକ୍ରାନ୍ତ ସମସ୍ତ ବିଭାଗକୁ ଗୋଟିଏ ଛାତ ତଳେ ରଖବବା ସରକାରଙ୍କ ଉଦେ୍ଧଶ୍ୟ ବୋଲି ସ୍ପଷ୍ଟ କରାଯାଇଥିଲା । ମାତ୍ର ପରବର୍ତୀ ସମୟରେ ୨୦୦୬ ଜାନୁଆରି ୩୦ରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଅଲଗା କରାଯାଇଥିଲା । ତେବେ ରାଜୀବ ଗାନ୍ଧି ଶିକ୍ଷା ମନ୍ତ୍ରାଳୟକୁ ବିଲୋପ କରି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ କରିବା ପରେ ବିରୋଧୀମାନଙ୍କଠାରୁ କଠୋର ସମାଲୋଚନା ଶିକାର ହୋଇଥିଲେ । ଗଣମାଧ୍ୟମ ମଧ୍ୟ ରାଜୀବଙ୍କୁ କଡ଼ା ସମାଲୋଚନା କରିଥିବା ଦେଖିବା ଦେଖିବାକୁ ମିଳିଥିଲା । ୧୯୮୬ରେ ରାଜୀବ ଏକ ନୂଆ ଶିକ୍ଷାନୀତିକୁ ମଞ୍ଜୁର କରିଥିଲେ । ଅତୀତରେ ବହୁବାର ମନ୍ତ୍ରାଳୟ ପରିବାର୍ତନ ହୋଇଛି । ୧୯୯୮ରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହେଲାପରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟରୁ ସଂସ୍କୃତି ଏବଂ ଯୁବ ବ୍ୟାପାର ମନ୍ତ୍ରାଳୟକୁ ଅଲଗା କରି ଏକ ନୂଆ ମନ୍ତ୍ରାଳୟ ପ୍ରତିଷ୍ଠା କରିଥିଲେ । ୧୯୯୯ ମସିହାରେ ବାଜପେୟୀ ନୂଆ କରି ସଂସ୍କୃତି ଓ ଯୁବ ବ୍ୟାପର ମନ୍ତ୍ରଳୟ ଗଠନ କଲେ ଏବଂ ଅନନ୍ତ କୁମାର ଏହାର ଦାୟିତ୍ୱରେ ରହିଥିଲେ ।