ରାଜ୍ୟରେ ଟିବି ରୋଗୀଙ୍କ ସଂଖ୍ୟା ୫୩୬୧୨

ନୂଆଦିଲ୍ଳୀ,୨୫/୦୬ (ଏଜେନ୍ସି): ଓଡିଶାରେ ୨୦୧୯ରେ ସମୁଦାୟ ଯୁକ୍ଷ୍ମ ରୋଗୀଙ୍କ ସଂଖ୍ୟା ହେଉଛି ୫୩୬୧୨ । ଏଥି ମଧ୍ୟରୁ ପୁରୁଷ ରୋଗୀଙ୍କ ସଂଖ୍ୟା ୩୫୭୫୭ ଥିବା ବେଳେ ମହିଳା ରୋଗୀଙ୍କ ସଂଖ୍ୟା ହେଉଛି ୧୭୭୯୨ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ବାର୍ଷିକ ଇଣ୍ଡିଆ ଟିବି ରିପୋର୍ଟ ୨୦୨୦ରେ ଏହି ତଥ୍ୟ ପ୍ରକାଶ ପାଇଛି । ରିପୋର୍ଟରେ ୨୦୧୯ରେ ରାଜ୍ୟରେ ଶିଶୁ ଯୁକ୍ଷ୍ମ ରୋଗୀଙ୍କ ସଂଖ୍ୟା ୨୪୫୦ ଥିବା ଦର୍ଶାଯାଇଛି । ୨୦୧୯ରେ ଓଡିଶା ମୋଟ ୬୩ଜଣ ଟ୍ରାନସଜେଣ୍ଡର ଯକ୍ଷ୍ମାରୋଗୀ ଥିବା ଉଲ୍ଲେଖ କରାଯାଇଛି । ମୋଟ ୫୩୬୧୨ଜଣ ରୋଗୀଙ୍କ ମଧ୍ୟରୁ ୫୧୯୮୦ ଜଣଙ୍କୁ ଚିକିତ୍ସା ପ୍ରଦାନ କରାଯାଇଥିବା ରିପୋର୍ଟରେ କୁହାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୮ରେ ଓଡିଶାରେ ୫୦୩୦୩ ଜଣ ଯକ୍ଷ୍ମା ରୋଗୀ ଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ବୃଦ୍ଧି ପାଇ ୫୩୬୧୨ରେ ପହଞ୍ଚିଛି । ୨୦୧୮ରେ ୩୪୧୫୭ଜଣ ପୁରୁଷ, ୧୬୦୯୨ ଜଣ ମହିଳା, ୨୩୫୨ଜଣ ଶିଶୁ ଓ ୫୪ଜଣ ଟ୍ରାନସଜେଣ୍ଡର ଯକ୍ଷ୍ମା ରୋଗୀ ଥିବାର ଉଲ୍ଲେଖ କରାଯାଇଛି । ୨୦୧୮ ତୁଳନାରେ ଦେଶରେ ୧୪ ପ୍ରତିଶତ ରୋଗୀଙ୍କ ସଂଖ୍ୟା ୨୦୧୯ରେ ବୃଦ୍ଧି ପାଇଥିବାର ରିପୋର୍ଟରେ ଦର୍ଶାଯାଇଛି ।

Leave A Reply

Your email address will not be published.

10 − four =