ନୂଆଦିଲ୍ଲୀ: ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ୍ସ ପଦବୀ ପାଇଁ ନିର୍ବାଚନ ହେବ । ଏହା ପୂର୍ବରୁ ମଙ୍ଗଳବାର କଂଗ୍ରେସ ବୈଠକ କରିଛି । ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ ନିର୍ବାଚନରେ ପ୍ରାର୍ଥୀ ଦେବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ତେବେ ଶାସକ ଦଳ ତରଫରୁ କିଏ ପ୍ରାର୍ଥୀ ହେବେ ସେ ନେଇ ସୂଚନା ମିିଳିନାହିଁ । ତେବେ ମିଳିଥିବା ସୂଚନା ଅନୁଯାୟୀ ଡେପୁଟି ଚେୟାରମ୍ୟାନ୍ ପଦବୀ ପାଇଁ ନିର୍ବାଚନରେ କଂଗ୍ରେସ ଡିଏମକେ ସାଂସଦଙ୍କୁ ପ୍ରାର୍ଥୀ କରିପାରେ । ଯଦି ଡିମଏକେ ପ୍ରାର୍ଥୀ ନଦେବ ତେବେ କଂଗ୍ରେସ ପ୍ରାର୍ଥୀ ଦେବ ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୪ରେ ଡେପୁଟି ଚେୟ୍ୟାରମ୍ୟାନ ପଦ ନିର୍ବାଚନ ପାଇଁ ଅଧିବେଶନର ପ୍ରଥମ ଦିନ ପ୍ରସ୍ତାବ ଦିଆଯାଇଛି । ଗୃହରେ ଜେଡିୟୁ ରାଜ୍ୟସଭା ସଦସ୍ୟ ହରିଭାନଶଙ୍କ କାର୍ଯ୍ୟକାଳ ଶେଷ ପରେ ଏହି ପଦ ଖାଲି ପଡିଛି । ହରିଭାନ୍ କିନ୍ତୁ ପୁନର୍ବାର ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି । ଏହି ବୈଠକରେ ରାହୁଲ ଗାନ୍ଧୀ, ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ୍, ଡେପୁଟି ନେତା ଆନନ୍ଦ ଶର୍ମା, ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୀଷ ତିୱାରୀ ଏବଂ ଅନ୍ୟ କେତେକ ନେତା ଯୋଗ ଦେଇଥିଲେ ।