ନୂଆଦିଲ୍ଲୀ: ରାଜ୍ୟସଭାରେ ଆଂଚଳିକ ଭାଷାରେ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରିବା ସିହତ ବିତର୍କରେ ଭାଗ ନେବାପାଇଁ ସାଂସଦମାନଙ୍କ ଭିତରେ ଆଗ୍ରହ ବଢ଼ୁଛି । ୨୦୧୮ ମସିହାଠାରୁ ଏହି ଆଗ୍ରହ ଅଧିକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟସଭା ସଚିବାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ ବିଜ୍ଞପ୍ତିରୁ ଏହା ଜଣାପଡିଛି । ତଥ୍ୟନୁସାରେ, ୨୦୧୮ରୁ ୨୦୨୦ ମଧ୍ୟରେ ୨୨ଟି ବିଭିନ୍ନ ଭାରତୀୟ ଭାଷା ମଧ୍ୟରୁ ରାଜ୍ୟସଭାର ସାଂସଦମାନେ ୧୦ଟି ଭାଷାର ବ୍ୟବହାର କରିଥିଲେ । ୨୦୧୩ରୁ ୨୦୧୭ ମଧ୍ୟରେ ରାଜ୍ୟସଭା ସାଂସଦମାନେ ୯୬ଥର ଆଂଚଳିକ ଭାଷା ବ୍ୟବହାର କରିଥିବା ବେଳେ ୨୦୧୮ରୁ ୨୦୨୦ ମଧ୍ୟରେ ୧୩୫ ଥର ଆଂଚଳିକ ଭାଷାରେ ବିତର୍କରେ ଭାଗ ନେଇଥିଲେ । ସେଥିମଧ୍ୟରୁ ୨୦୧୩ରୁ ୨୦୧୭ ମଧ୍ୟରେ ୫ ଥର ଓଡ଼ିଆ ଭାଷା ବ୍ୟବହାର ହୋଇଥିବୋବଳେ ୨୦୧୮-୨୦ ମଧ୍ୟରେ ୬ଥର ଓଡ଼ିଆ ଭାଷାର ଉପଯୋଗ କରାଯାଇଛି । ଉଲେଖ୍ୟଯୋଗ୍ୟ, ରାଜ୍ୟସଭାରେ ବିଜେଡି ସାଂସଦ ଡ.ସସ୍ମିତ ପାତ୍ରଙ୍କର ଓଡ଼ିଆର ପ୍ରସଙ୍ଗ ଉପସ୍ଥାପନ ଓ ବିତର୍କରେ ଭାଗ ନେବାର ଅଭିନବ ଶୈଳୀକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା । ସେହିଭଳି, ପୂର୍ବତନ ବିଜେଡି ସାଂସଦ ସରୋଜିନୀ ହେମ୍ବ୍ରମ୍ ପ୍ରଥମଥର ଶୀତ ଅଧିବେଶନର ଶୂନ୍ୟକାଳରେ ସାନ୍ତାଳୀ ଭାଷାରେ ନିଜର ମତ ରଖିଥିଲେ ।