ନୂଆଦିଲ୍ଲୀ: ଉତର ପ୍ରଦେଶ ରାଜ୍ୟସଭା ନିର୍ବାଚନରେ ୧୦ଜଣ ପ୍ରାର୍ଥୀ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଛନ୍ତି । ୧୦ ସିଟ୍ ମଧ୍ୟରୁ ବିଜେପି ୮ଟିରେ ବିଜୟୀ ହୋଇଥିବା ବେଳେ ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସମାଜ ପାର୍ଟି (ବିଏସପି)ରୁ ଜଣେ ଲେଖାଏ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି । ଫଳରେ ରାଜ୍ୟସଭାରେ ବିଜେପି ସଦସ୍ୟଙ୍କ ସଂଖ୍ୟା ୯୨ କୁ ବୃଦ୍ଧି ପାଇଛି । ତେବେ ରାଜ୍ୟସଭାରେ କୁହୁକଅଙ୍କ ୧୨୩ଠାରୁ ବିଜେପି ଆହୁରି ୩୧ଟି ଆସନ ପଛରେ ରହିଛି । ଅନ୍ୟପକ୍ଷରେ କଂଗ୍ରେସର ସଦସ୍ୟ ସଂଖ୍ୟା ୩୮କୁ ହ୍ରାସ ପାଇଛି । ବିଜେପିରୁ ନିର୍ବାଚିତ ହୋଇଥିବା ପ୍ରାର୍ଥୀ ହେଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ, ଅରୁଣ ସିଂହ, ହରିଦ୍ୱାର ଦୁବେ, ବ୍ରିଜ୍ ଲାଲ୍, ନୀରଜ୍ ଶେଖର, ଗୀତ ଶାକ୍ୟା, ସୀମା ଦ୍ୱିବେଦୀ ଓ ବିଏଲ ବର୍ମା । ସେହିପରି ଏସପିରୁ ରାମ ଗୋପାଳ ଯାଦବ ଓ ବିଏସପିରୁ ରାମଜୀ ଗୌତମ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଛନ୍ତି ।ଦଶମ ସିଟ୍ ପାଇଁ ବିଏସପି ପ୍ରାର୍ଥୀ ରାମଜୀ ଗୌତମ ଓ ଏସସି ଦ୍ୱାରା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ପ୍ରକାଶ ବଜାଜଙ୍କ ମଧ୍ୟରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ପରେ ମାମଲାର ସମାଧାନ ହୋଇଥିଲା ଏବଂ ବଜାଜଙ୍କ ପ୍ରାର୍ଥୀପତ୍ର ଖାରଜ କରିଦିଆ ଯାଇଥିଲା । ଶେଷରେ ବିଏସପି ପ୍ରାର୍ଥୀ ମାତ୍ର ୧୦ ଭୋଟ୍ ପାଇ ବିଜୟୀ ହୋଇଥିଲେ ।