ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ହେବେ ଧର୍ମେନ୍ଦ୍ର !

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ହୋଇପାନ୍ତି ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷାମନ୍ତ୍ରୀଙ୍କ ନାଁ ଚର୍ଚ୍ଚାର ଆଗରେ ଥିବାବେଳେ ମୁଖତାର୍ ଅ।ବସ ନକଭିଙ୍କ ନାଁ ମଧ୍ୟ ଶୁଣାଯାଉଛି । ତେବେ କର୍ଣ୍ଣାଟକ ରାଜ୍ୟପାଳ ଭାବେ ଥାବର ଚନ୍ଦ ଗେହଲଟଙ୍କ ନିଯୁକ୍ତି ପରେ ଏହି ପଦବୀ ଖାଲି ରହିଛି ।ସେହିପରି ଦଳର ସଂସଦୀୟ ବୋର୍ଡରେ ୪ଟି ସ୍ଥାନ ଖାଲି ରହିଛି । ସୁଷମା ସ୍ୱରାଜ, ଅନନ୍ତ କୁମାର ଓ ଅରୁଣ ଜେଟଲିଙ୍କ ଦେହାନ୍ତ ପରେ ମଧ୍ୟ ୩ଟି ଆସନ ଖାଲି ପଡ଼ିଛି । ତେଣୁ ଦଳର ସଂସଦୀୟ ବୋର୍ଡ ପୁନର୍ଗଠନ ଜରୁରୀ ହୋଇପଡ଼ିଛି । ବିଜେପିର ସର୍ବୋଚ୍ଚ ନୀତି ନିର୍ଦ୍ଧ।ରଣ କମିଟି ହେଉଛି ସଂସଦୀୟ କମିଟି ବା ପାର୍ଲାମେଂଟାରୀ ବୋର୍ଡ । ତେଣୁ ଦଳର ସାଂଗଠନିକ ବ୍ୟାପାରରେ ଭଲ ଦଖଲ ଥିବା ନେତାଙ୍କୁ ଏହି ପଦବୀରେ ଅଗ୍ରାଧିକାର ମିଳିପାରେ । ଆଉ ଧର୍ମେନ୍ଦ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ପରେ ଦଳରେ ତାଙ୍କର ପତିଆରା ବୃଦ୍ଧି ପାଉଥିବା କୁହାଯାଉଛି ।

Leave A Reply

Your email address will not be published.

4 + five =