ରାମ ମନ୍ଦିର ଯାତ୍ରାର ମାର୍ଗଦର୍ଶକ ମହନ୍ତ ରାମଚନ୍ଦ୍ର ଦାସ

ଅଯୋଧ୍ୟା:୨୦୦୩ ଅଗଷ୍ଟ ୩ର କଥା । ମହନ୍ତ ରାମଚନ୍ଦ୍ର ଦାସ ପରମହଂସଙ୍କ ଶେଷ ଯାତ୍ରା ପାଇଁ ସରଜୁ ନଦୀ କୂଳରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ମହନ୍ତ ରାମଚନ୍ଦ୍ର ଦାସ ପରମହଂସ ଥିଲେ ଦିଗମ୍ଭର ଆଖଡ଼ାର ଶ୍ରୀ ମହନ୍ତ ଏବଂ ରାମ ଜନ୍ମଭୂମି ନ୍ୟାସର ସଭାପତି । ମହନ୍ତ ପରମହଂସ ଦାସଙ୍କ ଶେଷ କୃତ୍ୟ ସମୟରେ ବାଜପେୟୀ ରାମ ମନ୍ଦିର ନିର୍ମାଣ ପ୍ରତିଜ୍ଞାକୁ ଦୋହରାଇଥିଲେ । ଠିକ୍ ୧୭ ବର୍ଷ ପରେ ଏହି ପ୍ରତିଶ୍ରୁତି ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଓ ଶିଳାନ୍ୟାସ କରିଛନ୍ତି । ଅଯୋଧ୍ୟାର ସାଧୁ ମହନ୍ତ ପରମହଂସ ରାମ ଜନ୍ମଭୂମି ମୁକ୍ତି ଆନେ୍ଦାଳନ ଏବଂ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଜଣେ ସାମାଜିକ କର୍ମୀ ଥିଲେ । ନିଜର ଧାର୍ମିକ ଆଭିମୁଖ୍ୟ ଏବଂ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ତାଙ୍କର ଦୃଢ଼ ପ୍ରତିଜ୍ଞା ପାଇଁ ସେ ବେଶ୍ ପରିଚିତ ଥିଲେ ।
ବିହାରର ଏକ ଗ୍ରାମରେ ଜନ୍ମିତ ପରମହଂସଙ୍କ ଜନ୍ମ ସମୟରେ ନାମ ଥିଲା ଚନେ୍ଦ୍ରଶ୍ୱର ତିୱାରୀ । କିଛି ବର୍ଷ ପରେ ସେ ଅଯୋଧ୍ୟା ଗଲେ ଏବଂ ଦିଗମ୍ଭର ଆଖଡ଼ାରେ ଜଣେ ତପସ୍ୱୀ ହେଲେ । ପରେ ତାଙ୍କୁ ପରମହଂସ ରାମଚନ୍ଦ୍ର ଦାସ କୁହାଗଲା । ୧୯୪୭ରେ ଦାସ ଫୈଜାବାଦ୍ରେ ହିନ୍ଦୁ ମହାସଭାର ଜଣେ ନଗର ଅଧ୍ୟକ୍ଷ ଥିଲେ । ୧୯୪୯, ଡିସେମ୍ବର ୨୨ ଏବଂ ୨୩ ତାରିଖ ରାତିରେ ଅଯୋଧ୍ୟାରେ ବାବ୍ରି ମସଜିଦ୍ କେନ୍ଦ୍ରୀୟ ଗମ୍ବଜରେ ପ୍ରଭୁ ରାମଲଲାଙ୍କ ମୂର୍ତି ରଖିବା ସମୟରେ ସେ ଏହି ଅଧ୍ୟକ୍ଷ ପଦରେ ରହିଥିଲେ । ଗୋରଖନାଥ ପୀଠର ମହନ୍ତ ଦିଗ୍ବିଜୟ ନାଥଙ୍କ ସହ ସେ ଖୁବ୍ ଘନିଷ୍ଠ ଥିଲେ । ଖୁବ୍ ଚର୍ଚ୍ଚା ହୋଇଥିଲା । ଯଦିଓ ପ୍ରଥମ ଏଫ୍ଆଇଆର୍ରେ ତାଙ୍କର ନାମ ନଥିଲା । ତାଙ୍କର କିଛି ସହଯୋଗୀ ତଥା ଅଭିରାମ ଦାସ, ରାମସକଲ ଦାସ, ସୁଦର୍ଶନ ଦାସ ଏବଂ ପ୍ରାୟ ୫୦ ଜଣଙ୍କ ନାମ ଏଫ୍ଆଇଆରରେ ଉଲ୍ଳେଖ ଥିଲା ।
ଯଦିଓ ପରମହଂସ ରାମଚନ୍ଦ୍ର ଦାସଙ୍କୁ ସରକାରୀ ଭାବେ ଉକ୍ତ ମାମଲାରେ ଜଣେ ଅଭିଯୁକ୍ତ ଭାବେ କେବେ ବି ଦର୍ଶାଯାଇନି । କିଛି ବର୍ଷ ପରେ ସେ ନିଜେ ହି ୧୯୪୯ ମସିହା ଡିସେମ୍ବର ମାସର କାର୍ଯ୍ୟକ୍ରମକୁ ସଂଚଳାନ କରିଥିଲେ ବୋଲି ଦାବି କରିଥିଲେ । ୧୯୮୪ରେ ଭିଏଚ୍ପି ଦ୍ୱାରା ହୋଇଥାବା ଧର୍ମ ସଂସଦରେ ସେ ଜଣେ ପ୍ରମୁଖ ଅଂଶଗ୍ରହଣ କାରୀ ଥିଲେ । ତାଙ୍କ ନେତୃତ୍ୱରେ ରାମ ଜନ୍ମଭୂମି ନ୍ୟାସ ଗଠନ ହୋଇଥିଲା ।

Leave A Reply

Your email address will not be published.

2 × three =