ମୁମ୍ବଇ: ଆବୁଧାବି ଇନଭେଷ୍ଟମେଣ୍ଟଅଥରିଟି (ଏଡିଆଇଏ)ର ପୂର୍ଣ୍ଣ ମାଲିକାନାଧୀନ ଏକ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ୍)ରେ ୫୫୧୨.୫୦ କୋଟି ଟଙ୍କା ନିବେଶ କରିବା ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ) ଏବଂ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ୍) ପକ୍ଷରୁ ଘୋଷଣା କରାଯାଇଛି । ଏହି ପୁିନିବେଶ ଆରଆରଭିଏଲ୍କୁ ପ୍ରି-ମନି ଇକ୍ୱିଟି ମୂଲ୍ୟ ୪.୨୮୫ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ପୂର୍ଣ୍ଣ ବିଘଟିତ ଭିତ୍ତିରେ ଆରଆରଭିଏଲ୍ରେ ୧.୨୦ ପ୍ରତିଶତ ଅଂଶଧନରେ ରୂପାନ୍ତରିତ ହେବ । ଏହି ପୁିନିବେଶ ସହିତ ଆରଆରଭିଏଲ୍ ଚାରିସପ୍ତାହରୁ କମ୍ ସମୟ ମଧ୍ୟରେ ସିଲ୍ଭର ଲେକ, କେକେଆର, ଜେନେରାଲ ଆଟଲାଣ୍ଟିକ, ମୁବାଦଲା, ଜିଆଇସି, ଟିପିଜି ଏବଂ ଏଡିଆଇଏ ଭଳି ଅଗ୍ରଣୀ ବିଶ୍ୱସ୍ତରୀୟ ନିବେଶକଙ୍କ ନିକଟରୁ ୩୭,୭୧୦ କୋଟି ଟଙ୍କାର ପୁିନିବେଶ ସଂଗ୍ରହ କରିପାରିଛି । ଆରଆରଭିଏଲ୍ର ଏକ ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଲିମିଟେଡ ଭାରତର ସର୍ବବୃହତ, ଦ୍ରୁତ ଅଭିବୃଦ୍ଧିଶୀଳ ଏବଂ ସର୍ବାଧିକ ଲାଭଜନକ ରିଟେଲ ବ୍ୟବସାୟ ପରିଚାଳନା କରିବା ସହିତ ଏହାର ଦେଶବ୍ୟାପୀ ରହିଥିବା ୧୨,୦୦୦ ଷ୍ଟୋରରେ ପ୍ରବେଶ କରୁଥିବା ୬୪୦ ନିୟୁତରୁ ଉଦ୍ଧ୍ୱର୍ ଗ୍ରାହକଙ୍କୁ ସେବା ଯୋଗାଇ ଦେଉଛି । କୋଟି କୋଟି ଭାରତୀୟଙ୍କ ପାଇଁ ନିଯୁକ୍ତ ସୁଯୋଗ ସୃଷ୍ଟି ଓ ତାହାକୁ ସୁରକ୍ଷିତ ରଖିବା ସହିତ କୋଟି କୋଟି କୃଷକ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ (ଏମଏସଏମଇ)ଙ୍କୁ ଏହା ସଶକ୍ତ କରିବା ଦିଗରେ କାର୍ଯ୍ୟ କରୁଛି । ଏଥିସହିତ ଏକ ପସନ୍ଦଯୋଗ୍ୟ ସହଭାଗି ଭାବରେ ବିଶ୍ୱସ୍ତରୀୟ ଓ ଘରୋଇ କମ୍ପାନୀଗୁଡିକ ସହିତ ନିବିଡ ଭାବରେ କାର୍ଯ୍ୟକରି ଭାରତୀୟ ସମାଜକୁ ବ୍ୟାପକ ଫାଇଦା ପହଞ୍ଚାଇବା ସକାଶେ ଏକ ଅନର୍ଭୁକ୍ତିଭିତ୍ତିକ କୋ÷ଶଳ ଜରିଆରେ କୋଟି କୋଟି ସଂଖ୍ୟକ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବା ନିମନ୍ତେ ଭାରତର ରିଟେଲ କ୍ଷେତ୍ରକୁ ପ୍ରେରିତ କରିବା ପାଇଁ ରିଲାଏନ୍ସ ରିଟେଲ ଦୃଷ୍ଟିନିବଦ୍ଧ କରିଛି । ରିଲାଏନ୍ସ ରିଟେଲ ଏହାର ନୂତନ ବ୍ୟବସାୟିକ କୋ÷ଶଳାତ୍ମକ ନୀତି ଜରିଆରେ କ୍ଷୁଦ୍ର ଓ ଅସଂଗଠିତ ବ୍ୟବସାୟୀମାନଙ୍କର ଡିଜିଟାଲ ରୂପାନ୍ତରଣ ଆରମ୍ଭ କରିଛି ଏବଂ ନିଗର ନେଟୱାର୍କକୁ ଏହିଭଳି ୨୦ ନିୟୁତ ବ୍ୟବସାୟୀଙ୍କୁ ସମ୍ପ୍ରସାରିତ କରିବାକୁ ପ୍ରତିିବଦ୍ଧ ରହିଛି ।