ରିୟା ଚକ୍ରବର୍ତ୍ତୀଙ୍କ ହାଜତ ମିଆଦ ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୃଦ୍ଧି

ମୁମ୍ବାଇ : ମୁମ୍ବାଇର ଏନଡିପିଏସ କୋର୍ଟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଆସନ୍ତା ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।  ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ପୂର୍ବତନ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କ ହାଜତ ମିଆଦକୁ ମଧ୍ୟ  ଅକ୍ଟୋବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଜି ସେମାନଙ୍କ ହାଜତ ମିଆଦ ଶେଷ ହେଉଥିଲା । ହାଜତ ମିଆଦ ବୃଦ୍ଧିକୁ ରିୟା ଓ ସୌଭିକଙ୍କ ଓକିଲ ବିରୋଧ କରିଥିଲେ ମଧ୍ୟ ଏନସିବି ପକ୍ଷରୁ ତାହା ସପକ୍ଷରେ ଯୁକ୍ତି ରଖାଯାଇଥିଲା । ଏନସିବି ପକ୍ଷରୁ କୁହାଯାଇଥିଲା ଯେ ଏହି ଭାଇ-ଭଉଣୀ ଏକ ଡ୍ରଗ ସିଣ୍ଡିକେଟର ସଦସ୍ୟ । ଏଣୁ ଏ ସମ୍ପର୍କରେ ଆହୁରି ତଦନ୍ତ କରାଯିବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.

two × one =