ରେଳବାଇରେ ଖାଲି ୧ ଲକ୍ଷ ୪୦ ହଜାର ପଦବୀ ଡିସେମ୍ବର ୧୫ରୁ କମ୍ପ୍ୟୁଟର ଆଧାରିତ ପରୀକ୍ଷା

ନୂଆଦିଲ୍ଲୀ: ନୂଆ ନିଯୁକ୍ତି ଓ ଖାଲି ପଡ଼ିଥିବା ପଦ ପୂରଣକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ନିଯୁକ୍ତି ଆଶୟୀଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳବାଇରେ ଖାଲି ପଡିଥିବା ୧ ଳକ୍ଷ ୪୦ ହଜାର ପଦବୀ ପାଇଁ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ ଡିସେମ୍ବର ୧୫ରୁ ଭାରତୀୟ ରେଳବାଇରେ ଖାଲିପଡ଼ିଥିା ପଦବୀଗୁଡ଼କ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା କରାଯିବ । ରେଳବାଇ ପ୍ରାୟ ୩୫ ହଜାର ୨୦୮ଟି ଗାର୍ଡ ଓ କିରାଣୀ ଭଳି ପଦବୀ ପୂଣଣ କରିବାକୁ ଯାଉଥିବାବେଳେ ୧ ହଜାର ୬୬୩ଟି ମନ୍ତ୍ରଣାଳୟ କର୍ମଚାରୀ ଏବଂ ୧ ଲକ୍ଷ ୩ ହଜାର ୭୫୯ଟି ଲେବୁଲ- ୧ ପଦବୀ ପୂରଣ ପାଇଁ ଲକ୍ଷ୍ୟ ରଖିଛି ।

ରେଳବାଇ ପକ୍ଷରୁ ୧୧ ଲକ୍ଷ ୪୦ ହଜାର ପଦବୀ ପାଇଁ ବିଜ୍ଞାପନ ଜାରି କରାଯାଇଥିଲା । ଏଥିପାଇଁ ପ୍ରାୟ ୨ କୋଟି ୪୦ ଲକ୍ଷ ଅଶାୟୀ ଆବେଦନ କରିଥିବା ଜଣାପଡ଼ିଛି । ରେଳବାଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଏହା କୁହାଯାଇଛି । ଏହି ପରୀକ୍ଷା ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଗୁଡ଼ିକ ପକ୍ଷରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଭଳି ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ଏହି ମାର୍ଗଦର୍ଶିକାରେ ଅନ୍ତର୍ଭୁକ୍ତ କରାଯାଇଛି । କରୋନା ମହାମାରୀ କଟକଣା ଯୋଗୁଁ ଏଥିପାଇଁ ହେବାକୁ ଥିବା ପରୀକ୍ଷାକୁ ବିଳମ୍ବିତ କରାଯାଇଛି ।

Leave A Reply

Your email address will not be published.

5 × two =