ଲଦାଖ ସୀମାନ୍ତ ପରିସ୍ଥିତି ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୩.୬(ଏଜେନ୍ସି): ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂ ଶୁକ୍ରବାର ଏକ ଉଚ୍ଚ ସ୍ତରୀୟ ବୈଠକରେ ଲଦାଖ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନି ରାୱତ ଏବଂ ସେନାବାହିନୀର ତିନିଟି ଯାକ ଅଙ୍ଗର ମୁଖ୍ୟମାନେ ଉକ୍ତ ବୈଠକରେ ଯୋଗ ଦେଇଥିଲେ । ପୂର୍ବ ଲଦାଖରେ କିଛି ସପ୍ତାହ ତଳେ ଚୀନ୍ର ସୈନିକମାନେ ସୀମାର କିଛି କିମି ଭିତରକୁ ପଶି ଆସିବାରୁ ବିବାଦ ଦେଖାଦେଇଥିଲା । ଭାରତ ଓ ଚୀନ୍ର ସୈନିକ ସେଠାରେ ମୁହାଁମୁହିଁ ହୋଇଥିଲେ । ଦୁଇ ଦେଶର ସେନାର ବରିଷ୍ଠ କମାଣ୍ଡରମାନଙ୍କ ଭିତରେ ଅନେକ ପର୍ଯ୍ୟାୟ ଆଲୋଚନା ପରେ ଉଭୟ ସେଠାରୁ ନିଜର ସୈନିକଙ୍କୁ କିଛି ବାଟ ପଛକୁ ଫେରାଇ ନେବାକୁ ସହମତ ହୋଇଥିଲେ । ଚୀନ୍ ନିଜର ସୈନିକଙ୍କୁ ସେଠାରୁ ୨.୫ କିମି ପଛକୁ ଫେରାଇ ନେଇଛି । ତେବେ ଗତକାଲି ରିପୋର୍ଟ ଆସିଥିଲା ଯେ ଲଦାଖରେ ସୀମା ବିବାଦର ସମାଧାନ ପାଇଁ ଉଭୟ ଦେଶ ଭିତରେ ଆଲୋଚନା ଜାରି ରହିଥିଲା ବେଳେ ଚୀନ୍ ଲଦାଖରୁ ଆରମ୍ଭ କରି ସିକ୍କିମ ଯାଏଁ ବାସ୍ତବ ନିୟନ୍ତ୍ରଣ ରେଖାର ସମସ୍ତ ଭାଗରେ ଅତିରିକ୍ତ ସୈନିକ ଏବଂ ଯୁଦ୍ଧାସ୍ତ୍ର ମୁତୟନ କରିଛି । ଏହାର ଜବାବ ଦେବାକୁ ଯାଇ ଭାରତ ବି ଚୀନ୍ ସଂଲଗ୍ନ ସୀମାରେ ଅତିରିକ୍ତ ସୈନିକ ଏବଂ ଯୁଦ୍ଧାସ୍ତ୍ର ମୁତୟନ କରିଛି ।

Leave A Reply

Your email address will not be published.

four × 2 =