ଯୋଧପୁର- ଯୋଧପୁର ଜିଲ୍ଲାର ଜଣେ ୨୦ ବର୍ଷର ଯୁବକ ରାତାରାତି ଫେସବୁକରେ ଫଲୋଅରସ୍ ବଢାଇବା ଉଦେଶ୍ୟରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଫଟୋକୁ ଏଡିଟ କରି ସୋମିଆଲ ମିଡିଆରେ ପୋଷ୍ଟ କରିବା ପରେ ଏବେ ସାଇବର ଆଇନରେ ଗିରଫ ହୋଇ ଜେଲ ଯିବାକୁ ପଡିଛି । ସେ ରାଷ୍ଟ୍ରପତିଙ୍କ ଫଟୋ ଏଡିଟ କରି ନିଜକୁ ରାଷ୍ଟ୍ରତିଙ୍କ ଦ୍ୱାରା ସମାନିତ ହୋଇଥିବା ଫଟୋରେ ପରିବର୍ତନ କରାଇଥିଲେ ଏବଂ ପରେ ତାଙ୍କ ପାଖକୁ ଶୁଭେଚ୍ଛା ବର୍ତାର ସୁଅ ଛୁଟିଥିଲା । ଖବରକାଗଜରେ ମଧ୍ୟ ଏ ସମ୍ବାଦ ପ୍ରକାଶିତ ହେଲା, କିନ୍ତୁ ଦୁଇ ଦିନ ପରେ ସାଇବର ଠକେଇ ମାମଲାରେ ପୋଲିସ ତାଙ୍କୁ ଗିରଫ କଲା । ଯୋଧପୁର ନିକଟ ତିବାରୀ ସହାରରେ ରହୁଥିବା ରାହୁଲ ରାଠି ତାଙ୍କ ଫେସବୁକ ଆକାଉଂଟରୁ ଏକ ଫଟୋ ପୋଷ୍ଟ କରିଥିଲେ ଯେଉଁଥିରେ ତାଙ୍କୁ ରାଷ୍ଟ୍ରତିଙ୍କ ଠାରୁ ସମ୍ମାନ ଗ୍ରହଣ କରାଯାଉଥିବା ଦେଖାଯାଇଥିଲା । ଏହା ପରେ ଗାଁର ଲୋକଙ୍କ ମନରେ ରାହୁଲଙ୍କ ପ୍ରତି ସମ୍ମାନ ବୃଦ୍ଧି ପାଇଲା । ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଭିଡ ଜମିଲା । ତେବେ ସେହି ଗାଁ ର କେହି ଜଣେ ଏହି ଫଟୋକୁ ଇଂଟରନେଟରେ ପାଇଥିଲେ, ଯାହା ରାହୁଲଙ୍କ ଦ୍ୱାରା ସମ୍ପାଦିତ ହୋଇ ଏକ ନକଲି ଫଟୋ ପୋଷ୍ଟ କରାଯାଇଥିଲା ଏବଂ ସେ ପୋଲିସ କୁ ସୂଚନା ଦେଇଥିଲେ । ଏହା ପରେ ହଠାତ୍ ପୋଲିସର ଏକ ଟିମ୍ ରାହୁଲଙ୍କ ଘରେ ପହଂଚି ପଚରାଉଚରା ପାଇଁ ପୋଲିସ ଷ୍ଟେସନକୁ ଆଣିଥିଲେ । ରାହୁଲ ସେଠାରେ ନିଜ ଭୁଲ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ପ୍ରସିଦ୍ଧ ହେବା ଏବଂ ଖବରକାଗଜରେ ତାଙ୍କର ଫଟୋ ପ୍ରକାଶପାଇବା ନାଇଁ ସେ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ ୨୦୦ ଟଙ୍କା ଦେଇ ରାଷ୍ଟ୍ରପତିଙ୍କ ଫଟୋ ସହ ନିଜ ଫଟୋ ଯୋଡିଥିଲେ ।
ଫଟୋ ସହିତ କ୍ୟାପସନ ଲେଖିଛନ୍ତି ମୁଁ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଦିଲ୍ଲୀର ରାଷ୍ଟ୍ରପତି ଭବନରେ ସମ୍ମାନ ପାଇଛି । ମୋ ଜୀବନର ଏହି ମୁହୂର୍ତଗୁଡିକ ଉଲ୍ଲେଖନୀୟ ଅବଦାନ ପାଇଁ ମୁଁ ଏହି ସମ୍ମାନ ପାଇଛି । ମୋ ଜୀବନର ଏହି ମୁହୂର୍ତଗୁଡିକ ଅବିଶ୍ୱସନୀୟ ।