ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ଲାଗି ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡିଲେ ରାଜ୍ୟ ସରକାର
ନୂଆଦିଲ୍ଲୀ: ୨୦୨୦, ୧ ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ ଶ୍ରଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ନିଜ ଦାୟିତ୍ୱ ସହ ଅନ୍ୟ ଦାୟିତ୍ୱ ତୁଲାଇବା ନିମନ୍ତେ ଅନୁମତି ଦେବାକୁ ଆଜି ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଅନୁମତି ଲୋଡ଼ିଛନ୍ତି । ସୁପ୍ରିମକୋର୍ଟ ଗତ ବର୍ଷ ନଭେମ୍ବର ୪ ତାରିଖରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଅନ୍ତରୀଣ ଆଦେଶରେ ୨୨ ନିର୍ଦେଶନାମାରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେବା ସହିତ ଶ୍ରୀମନ୍ଦିର ସୁପରିଚାଳନା ଲାଗି ଜଣେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ । କୌଣସି ପରିସ୍ଥିତିରେ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବା ଉଚିତ ନୁହେଁ ବୋଲି ସର୍ବେଚ୍ଚ ନ୍ୟାୟାଳୟ କହିଥିଲେ । ଜଳିତ ମାସ ମାର୍ଚ୍ଚରେ ସୁପ୍ରିମକୋର୍ଟ ନଭେମ୍ବର ୪, ୨୦୧୯ ନିର୍ଦେଶନାମାର କାର୍ଯ୍ୟନୁଷ୍ଠାନ ରିପୋର୍ଟରେ ରାଜ୍ୟ ସରକାର ମାର୍ଚ୍ଚ ମାସ ପରେ ପୂର୍ଣ୍ଣକାଳୀନ ପ୍ରଶାସନ ନିଯୁକ୍ତି କରିବେ ବୋଲି ସଙ୍କେତ ଦେଇଥିଲେ ତଥା ମାର୍ଚ୍ଚ ୨୧,୨୦୨୦ ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥ କୋର୍ଟଙ୍କ ଅନୁମତି ଲୋଡିଥିଲେ । ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନରେ କୁହାଯାଇଛି ଚଳିତ ବର୍ଷ ମାର୍ଚ୍ଚ ୨୫ରୁ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଥିଲା । ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନରେ ସଂପୂର୍ଣ୍ଣ ରୂପେ କଟକଣା ଜାରି କରାଯାଇଥିଲା ଯାହା ଆଜି ପର୍ଯ୍ୟନ୍ତ ବଳବତର ରହିଛି । ଓଡ଼ିଶାର ଅନେକ ଜିଲ୍ଲାରେ କୋଭିଡ-୧୯ ମାମଲା ବୃଦ୍ଧି ଯୋଗୁଁ ଲକ୍ଡାଉନ ଜାରି ରହିଛି । କରୋନା ମାମଲାରେ ଲଗାତାର ବୃଦ୍ଧି ହେବା ଜାରି ରହିଛି । ପୁରୀ ଜିଲ୍ଳା ପ୍ରଶାସନ ତଥା ଅନ୍ୟାନ ଜିଲ୍ଳାରେ ଅଧିକାରୀ ମାନେ କରୋନା ମୁକାବିଲା କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ଏଭଳି ସ୍ଥିତିରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ପ୍ରଶାସନକଙ୍କୁ ତାଙ୍କର ଅନ୍ୟାନ୍ୟ ଦାୟିତ୍ୱ ସହ ଏହି ପଦରେ ଆଉ ଛଅ ମାସ ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯାଉ ବୋଲି ରାଜ୍ୟ ସରକାର ଆବେଦନ ପ୍ରାର୍ଥନା କରିଛନ୍ତି । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସାଧାରଣ ଦର୍ଶନ ପାଇଁ ବନ୍ଦ ରହିଥିବା ବେଳେ ଜଗନ୍ନାଥଙ୍କ ପୂଜା ରୀତିନୀତି ଦୈନନ୍ଦିନ କରାଯାଉଥିବାର ଆବେଦନରେ ଉଲ୍ଲେଖ କରାଯାଇଛି ।