ସବୁ ଗାଁ ହେବ ୱାଇଫାଇ : ସରକାର ଆଣିଲେ ‘ପିଏମ-ବାଣୀ’ ଯୋଜନା

ନୂଆଦିଲ୍ଳୀ: ଏଣିକି ଗ୍ରାମାଞ୍ଚଳ ହେବ ୱାଇଫାଇ । ମାଗଣାରେ ଉପଲବ୍ଧ ହେବ ଇଂଟରନେଟ ସେବା । ୱାଇଫାଇ ଜରିଆରେ ଜରିଆରେ ବ୍ୟବହାରକାରୀ ଇଂଟରନେଟ ସୁବିଧା ପାଇବେ । ଏଥିପାଇଁ କେନ୍ଦ୍ର ସରକାର ପିଏମ-ବାଣୀ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିବେ । ପିଏମ-ବାଣୀ ଯୋଜନାରେ ସରକାର ଗ୍ରାମାଞ୍ଚଳରେ ଇଂଟରନେଟ ସୁବିଧା ଯୋଗାଇଦେବେ । ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସରକାର ଏହି ନିଷ୍ପତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ବସିଥିଲା । ବୈଠକରେ ପିଏମ-ବାଣୀ ଯୋଜନା ଲାଗୁ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନ ଦେଇଥିଲେ । ଗ୍ରାମାଞ୍ଚଳରେ ଯେପରି ଇଂଟରନେଟ୍ ସୁବିଧା ସହଜରେ ଉପଲବ୍ଧ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ଏହି ଯୋଜନା ଲାଗୁ କରାଯାଇଛି । ଏହି ଯୋଜନା ଅଧୀନରେ ଦେଶର ଗ୍ରାମାଞ୍ଚଳଗୁଡିକରେ ୧କୋଟି ଡାଟା ସେଂଟର ପ୍ରତିଷ୍ଠା କରାଯିବାକୁ ନିଷ୍ପତି ନିଆଯାଇଛି । ସେହିପରି ଲାକ୍ଷାଦ୍ୱୀପରେ ଯୋଗାଯୋଗ ବ୍ୟବସ୍ଥା ନେଇ ନିଷ୍ପତି ହୋଇଛି । ଲକ୍ଷାଦ୍ୱୀପରେ ଅଣ୍ଡରଗ୍ରାଉଣ୍ଡ କେବୁଲ ପାଇଁ ୧୦୭୨ କୋଟି ଟଙ୍କା ଖର୍ଚ୍ଚ କରାଯିବା ନେଇ ମଧ୍ୟ କ୍ୟାବିନେଟ୍ ରେ ଚୂଡାନ୍ତ ହୋଇଛି । ଅରୁଣାଚଳ ପ୍ରଦେଶରେ ୪-ଜି ସେବା ଦେବା ନେଇ ମଧ୍ୟ ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.

one × 3 =