ସାଂଘାତିକ ଭୁଲ୍‌: ପ୍ରଥମେ କୋଭାକ୍ସିନ ଓ ଦ୍ୱିତୀୟ ଡୋଜ କୋଭାଶିଲ୍ଡ

ମୁମ୍ବାଇ: ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ନିର୍ଦ୍ଧାରିତ ସମୟ ବ୍ୟବଧାନରେ ଗୋଟିଏ କମ୍ପାନୀର ଟିକା ଦୁଇ ଥର ନେବେ । ହେଲେ ମହାରାଷ୍ଟ୍ରରେ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି ଚରମ ଅବହେଳା । ବୃଦ୍ଧଜଣକ ଭୁଲବଶଃତ କମ୍ ଦିନ ବ୍ୟବଧାନରେ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା ନେଇଯାଇଛନ୍ତି । ଏହାର ପରିଣାମ କ’ଣ ହୋଇପାରେ ସେ ନେଇ ଏବେ ସମସ୍ତେ ଚିନ୍ତିତ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଡାକ୍ତରମାନେ ନଜର ରଖିଛନ୍ତି । ଏହି ବ୍ୟକ୍ତିଙ୍କ ନାମ ହେଉଛି ଦାତାତ୍ରୟ ୱାଘମାରେ । ତାଙ୍କ ଘର ଜଲନା ଜିଲ୍ଲାରେ । ବୃଦ୍ଧଜଣକ ମାର୍ଚ୍ଚ ୨୨ରେ ପ୍ରଥମେ କୋଭାକ୍ସିନ ଟିକା ନେଇଥିଲେ । ଗାଁରେ ଥିବା ଏକ ସ୍ୱାସ୍ଥ୍ୟକେନ୍ଦ୍ରରୁ ସେ ଏହି ଟିକା ନେଇଥିଲେ । ଏବେ କିନ୍ତୁ ସେ ଆଉ ଏକ ଟିକା ନେଇଥନ୍ତି ଏପ୍ରିଲ ୩୦ରେ । ଏହି ଟିକା କିନ୍ତୁ ଆଉ ଏକ ସ୍ୱାସ୍ଥ୍ୟକେନ୍ଦ୍ରରୁ ସେ ନେଇଛନ୍ତି । ଯାହାକି କୋଭିଶିଲ୍ଡ ବୋଲି ଜଣାପଡିଛି । ୱାଘମାରେଙ୍କ ପୁଅ ଦିଗାମ୍ବର କହିଛନ୍ତି, ତାଙ୍କ ବାପା ଦ୍ୱିତୀୟ ଟିକା ନେବା ପରେ ଜ୍ୱର ହେବା ସହ ଶରୀରରେ ଯନ୍ତ୍ରଣ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ କିଛି ଦିନ ପରେ ତାଙ୍କ ବାପାଙ୍କ ଟିକା ସାର୍ଟିଫିକେଟ ନଜରକୁ ଆସିଥିଲା । ସାର୍ଟିଫିକେଟରୁ ତାଙ୍କ ବାପା ଯାହାକି ପ୍ରଥମେ କୋଭାକ୍ସିନ ଓ ଦ୍ୱିତୀୟରେ କୋଭିଶିଲ୍ଡ ଟିକା ନେଇଥିବା ଜଣାପଡିଥିଲା । ଦିଗାମ୍ବର କହିଛନ୍ତି, ତାଙ୍କ ବାପା ନିରକ୍ଷର । ସେ ବେଶି ପାଠ ପଢ଼ି ନାହାନ୍ତି । ଟିକା ନେବା ବେଳେ ସେ ସ୍ୱାସ୍ଥ୍ୟ କେନ୍ଦ୍ରରେ ନ ରହି ଭୁଲ୍ କରିଛନ୍ତି ବୋଲି କହିଛନ୍ତି । ଏବେ ତାଙ୍କ ବାପା ଯେଉଁଠି ଦ୍ୱିତୀୟ ଟିକା ନେଇଥିଲେ ସେଠାରେ ସେ ଅଭିଯୋଗ କରିଛନ୍ତି । ଆଉ କେଉଁ କାରଣରୁ ଏଭଳି ଭୁଲ୍ ହେଲା ତାର ଜବାବ ମାଗିଛନ୍ତି । ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ୱାଘମାରେଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିବା ସୂଚନା ରହିଛି ।

Leave A Reply

Your email address will not be published.

three × 5 =