ସୁଧହାର ୪୦ ବେସିସ ପଏଣ୍ଟ କମାଇଲା ଷ୍ଟେଟ ବ୍ୟାଙ୍କ

ମୁମ୍ବାଇ : ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ  ସ୍ଥାୟୀ ଜମା  ଉପରେ ସୁଧହାର ୪୦ ବେସିସ ପଏଣ୍ଟ ବା ୦.୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି । ଏହି ନୂଆ ହାର ଆଜିଠାରୁ ଲାଗୁ ହୋଇଛି । ୨ କୋଟିରୁ ଅଧିକ ପରିମାଣର ସ୍ଥାୟୀ ଜମା ଉପରେ ସୁଧହାର ୫୦ ବେସିସ ପଏଣ୍ଟ ବା ୦.୫ ପ୍ରତିଶତ ହ୍ରାସ କରାଯାଇଛି ।

୫ବର୍ଷରୁ ୧୦ ବର୍ଷ  ପର୍ଯ୍ୟନ୍ତ କରାଯାଉଥିବା ସ୍ଥାୟୀ ଜମା ଉପରେ ଦିଆଯାଉଥିବା ସୁଧହାର ୫.୪୦ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ପୂର୍ବରୁ ୫.୭୦ ପ୍ରତିଶତ ଥିଲା । ଏହାକୁ ମିଶାଇ ଷ୍ଟେଟ ବ୍ୟାଙ୍କ ଚଳିତ ମାସରେ ଦୁଇଥର ଜମା ସୁଧହାର କମାଇସାରିଲାଣି । ଗତ ମେ ୧୨ ତାରିଖରେ ମଧ୍ୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଜମାସୁଧହାର ୨୦ ବେସିସ ପଏଣ୍ଟ କମାଇଥିଲା । ସେହିପରି ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ଫିକ୍ସଡ ଜମା ସୁଧହାର ୬.୨୦ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ପୂର୍ବରୁ ୬.୫୦ ପ୍ରତିଶତ ଥିଲା ।

Leave A Reply

Your email address will not be published.

20 − six =