ପଶ୍ଚିମବଙ୍ଗ- ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ସରକାର ଲକଡାଉନ ବୃଦ୍ଧି କରିଛନ୍ତି । ଏହି ସମୟରେ ପୂର୍ବପରି ସମସ୍ତ ଶିକ୍ଷାନୁଷ୍ଠାନ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରହିବ । ସିନେମା ହଲ, ସୁଇମିଂ ପୁଲ, ପାର୍କ ଏବଂ ପ୍ରେକ୍ଷାଳୟ ବନ୍ଦ ରହିବ । କରୋନା ସଂକ୍ରମଣ ଦ୍ରୁତ ବୃଦ୍ଧି ଯୋଗୁଁ ଏଭଳି ନିଷ୍ପତି ନିଆଯାଇଛି ।