‘ସ୍ପୁଟନିକ୍-ଭି’ ନେବାକୁ ଭାରତକୁ ରୁଷ୍ର ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଏଠାରେ ସାର୍ବଜନୀନ ବ୍ୟବହାର ନିମନ୍ତେ ବିଶ୍ୱର ପ୍ରଥମ ତଥା ରୁଷ ଦ୍ୱାରା ବିକଶିତ ‘ସ୍ପୁଟନିକ୍-ଭି’ ନାମକ ଟିକାର ସହପ୍ରସ୍ତୁତି ଓ ସହଯୋଗାଣ ପାଇଁ ମସ୍କୋ ପ୍ରଶାସନ ନୂଆଦିଲ୍ଲୀ ପ୍ରତିକ୍ଷଙ୍କୁ ପ୍ରସ୍ତାବ ଦେଇଥିବା ଜଣାଯାଇଛି । ଏଠାରେ ଅବସ୍ଥାପିତ ରୁଷୀୟ ରାଷ୍ଟ୍ରଦୂତ ନିକୋଲାୟ କୁଦେସେଭ ଏ ଦିଗରେ ସହଯୋଗ ପାଇଁ ଭାରତ ସରକାରଙ୍କ ସହ ବିଭିନ୍ନ ସ୍ତରରେ ଆଲୋଚନା କରିଥିବା କହିଛନ୍ତି । ଚଳିତ ସପ୍ତାହରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ମସ୍କୋ ଗସ୍ତ କାଳରେ ମଧ୍ୟ ଏ ବିଷୟରେ ଆଲୋଚନା କରାଯିବ ବୋଲି କୁଦେସେଭ୍ କହିଛନ୍ତି । ଦୂଚନା ଥାଉ କି, ଖ୍ୟାତନାମା ଲାନ୍ସେଟ ପତ୍ରିକାର ରିପୋର୍ଟ ଅନୁସାରେର ଗତମାସରେ ରୁଷରେ ଲୋକାର୍ପିତ ହୋଇଥିବା ଉକ୍ତ ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନୈଦାନିକ ଫଳାଫଳ ଆଶାନୁରୂପ ଫଳପ୍ରଦ ରହିଛି । ଏହି ସଂକ୍ଷିପ୍ତ ପ୍ରାରମ୍ଭିକ ମାନବୀୟ ପରୀକ୍ଷଣରେ ସ୍ୱେଚ୍ଛାସେବୀଙ୍କ ଶରୀରରେ ଭୂତାଣୁ ପ୍ରତିରୋଧୀ ଆଂଟିବଡି ସୃଷ୍ଟିହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ କୌଣସି ପ୍ରକାର ପ୍ରତିକୂଳ ପ୍ରତିକ୍ରିୟା ମଧ୍ୟ ପରିଲକ୍ଷିତ ହୋଇନଥିବା ଏହି ରିପୋର୍ଟରେ କୁହାଯାଇଛି । ଏପରିକି ପ୍ରତିକୂଳ ପ୍ରତିକ୍ରିୟା ମଧ୍ୟ ପରିଲକ୍ଷିତ ହୋଇନଥିବା ଏହି ରିପୋର୍ଟରେ କୁହାଯାଇଛି । ଏପରିକି ଟିକାର ପ୍ରତିକୂଳ ପ୍ରତିକ୍ରିୟା ମଧ୍ୟ ପରିଲକ୍ଷିତ ହୋଇନଥିବା ଏହି ରିପୋର୍ଟରେ କୁହାଯାଇଛି । ଏପରିକି ଟିକା ନେବାର ୪୨ ଦିନ ଯାଏ ତାହା ନିରାପଦ ମନେ ହେବା ସହ ୨୧ ଭିତରେ ଆଂଟିବଡି ସୃଷ୍ଟି ହୋଇଥିବା ଜଣାଯାଇଛି । ସେହିପରି ୨୮ ଦିନ ଭିତରେ କରୋନା ଭୂତାଣୁ ପାଇଁ ଘାତକ ସାବ୍ୟସ୍ତ ହୋଇଥିବା ଟି-କୋଷିକା ବିକଶିତ କରିବାରେ ଏହାା ମଧ୍ୟ ସକ୍ଷମ ହୋଇଛି ବୋଲି ଗବେଷକମାନେ କହିଛନ୍ତି । ସୁତରାଂ ଟିକା ସଂକ୍ରାନ୍ତ ଯାବତୀୟ ତଥ୍ୟ ଭାରତୀୟ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି ଏବଂ ଭାରତ ସରକାର ସବୁଗୁଡ଼ିକର ତର୍ଜମା କରୁଛନ୍ତି ବୋଲି କୁଦେସେଭ କହିଛନ୍ତି ।

Leave A Reply

Your email address will not be published.

17 + twelve =