ସ୍ପେଶ୍ ସେକ୍ଟରରେ କାର୍ଯ୍ୟ କରିବେ ଘରୋଇ କମ୍ପାନୀ : ସିବନ

ନୂଆଦିଲ୍ଲୀ : ଭାରତର ମହାକାଶ ଗବେଷଣା ଓ ଅଭିଯାନ କ୍ଷେତ୍ରରେ ସାମିଲ ହେବା ପାଇଁ ଘରୋଇ କମ୍ପାନୀଙ୍କ ପାଇଁ ସୁଯୋଗ ଆଣିଛି ଇସ୍ରୋ । ଇସ୍ରୋ ପାଇଁ ସଂସ୍କାର ମୂଳକ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ସରକାର ଏହି ନିଷ୍ପତି ନେଇଛନ୍ତି । ଯାହା ଶିଳ୍ପ ଭିତିଭୂମି ବିସ୍ତାର କରିବାରେ ପ୍ରମୂଖ ଭୂମିକା ଗ୍ରହଣ କରିପାରିବ । ଏହି ପରିପ୍ରେକ୍ଷୀରେ ଇସ୍ରୋ ଅଧ୍ୟକ୍ଷ କେ ସିବନ କହିଛନ୍ତି ଯେ ମହାକାଶ ଗବେଷଣା କ୍ଷେତ୍ରରେ ଉନ୍ନତ ମହାକାଶ ପ୍ରଯୁକ୍ତିବିଦ୍ୟା ଥିବା ଦେଶ ହେଉଛି ଭାରତ । ଏହି ସଂସ୍କାର ଭାରତକୁ ମହାକାଶ ଗବେଷଣା କ୍ଷେତ୍ରରେ ଆହୁରି ଆଗକୁ ନେଇ ପାରିବ । ତେବେ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଓ ଅନୁଧ୍ୟାନ କରିବା ପାଇଁ ସରକାର ନ୍ୟାସନାଲ ସେଂଟର ଫର୍ ସ୍ପେଶ୍ ,ପ୍ରମୋଶନ ଆଣ୍ଡ ଅଥରିଟି ଅଫ ଇଣ୍ଡିଆ ନାମରେ ଏକ ସ୍ୱୟଂ ଶାସିତ ନୋଡ଼ାଲ ସଂସ୍ଥା ପ୍ରତିଷ୍ଠା ପାଇଁ ସରକାର ଅନୁମୋଦନ କରିଛନ୍ତି ।

Leave A Reply

Your email address will not be published.

one × 5 =