ନୂଆଦିଲ୍ଲୀ- ଆସନ୍ତା କାଲି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରେନ୍ସ ଜରିଆରେ ସ୍ମାର୍ଟ ଇଣ୍ଡିଆ ହ୍ୟାକଥମ ଗ୍ରାଣ୍ଡ ଫାଇନାଲରେ ଉଦବୋଧନ ଦେବେ । ଦୈନନ୍ଦିନ ଜୀବନରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଛାତ୍ରଛାତ୍ରୀଙ୍କ ସମସ୍ୟାର ସମଧାନ ପାଇଁ ଏହି ସ୍ମାର୍ଟ ଇଣ୍ଡିଆ ହେଉଛି ଏକ ସ୍ୱତନ୍ତ୍ର ପ୍ଲାଟଫର୍ମ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ ନିଶାଙ୍କ କହିଛନ୍ତି ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ ଗ୍ରାଣ୍ଡ ଫାଇନାଲ ଅଗଷ୍ଟ ୧ରୁ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆସନ୍ତା କାଲି ରାତି ୭ ଟା ସମୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ରମୋଦୀ ଉଦବୋଧନ ଦେବେ ବୋଲି ନିଶାଙ୍କ କହିଛନ୍ତି । ୨୦୧୭ରେ ସ୍ମାର୍ଟ ଇଣ୍ଡିଆ ହ୍ୟାକଥନର ପ୍ରଥମ ଏଡିସନ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୪୨,୦୦୦ ଛାତ୍ରଛାତ୍ର ଭାଗନେଇଥିଲେ । ୨୦୧୮ରେ ଏହା ବଢି ୧ ଲକ୍ଷ ହୋଇଥିଲା । ୨୦୧୯ରେ ୨ ଲକ୍ଷ ଛାତ୍ରଛାତ୍ରୀ ।୨୦୨୦ରେ ୪.୫ ଲକ୍ଷ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।