ହସ୍ପିଟାଲରେ ଦିଲୀପ କୁମାର

ମୁମ୍ବଇ: ପ୍ରଖ୍ୟାତ ଲୋକପ୍ରିୟ ଅଭିନେତା ଦିଲୀପ କୁମାରଙ୍କୁ ମୁମ୍ବଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଆଜି ଖବର ମିଳିଛି । କିଛି ଦିନ ହେବ ଦିଲୀପ କୁମାରଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ ହୋଇଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ତାଙ୍କର ଚିକିତ୍ସା ଜାରି ରଖିଛନ୍ତି । ତାଙ୍କ ପତ୍ନୀ ଏନେଇ ସୂଚନା ଦେଇଛନ୍ତି ।
ଗତ ମାସରେ ମଧ୍ୟ ଦିଲୀପ କୁମାରଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ପରେ ରିପୋର୍ଟ ଦେଖାଯିବା ପରେ ହସ୍ପିଟାଲରେ ଘରକୁ ଯାଇଥିଲେ । ତାଙ୍କ ପତ୍ନୀ ସାୟରା ବାନୋ ଦିଲୀପ କୁମାରଙ୍କ ଖୁବ ଯତ୍ନ ନେବା ସହ ହସ୍ପିଟାଲରେ ତାଙ୍କ ଟ୍ୱିଟରକୁ ମଧ୍ୟ ସକ୍ରିୟ ରଖିଥାଆନ୍ତି । ଦିଲୀପଙ୍କ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ତ ତଥ୍ୟ ସେ ଟ୍ୱିଟ ଯୋଗେ ଜଣାଇଥାଆନ୍ତି । କିଛି ଦିନ ପୂର୍ବରୁ ଦିଲୀପ କୁମାର କରୋନା ମହାମାରୀର କାୟାରୁ ସଭିଁଙ୍କୁ ନିଜ ଯତ୍ନ ନେବା ପାଇଁ କହିବା ସହ ସଭିଏଁ ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି ।

Leave A Reply

Your email address will not be published.

fourteen + one =