ନୂଆଦିଲ୍ଲୀ : ଏକ ଐତିହାସିକ ମିଶନରେ ଭାରତ ସଫଳତାର ସହ Hypersonic Technology Demonstrator Vehicle -HSTDVର ସଫଳ ପରୀକ୍ଷଣ କରିଛି। ଫଳରେ ଦେଶୀୟ ଜ୍ଞାନକୌଶଳରେ ପ୍ରତିରକ୍ଷା ବୈଷୟିକ ଜ୍ଞାନର ବିକାଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇ ପାରିଛି। ତା’ଛଡ଼ା ସଶକ୍ତ ଭାରତ ଓ ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରାଯାଇଛି। ଭଦ୍ରକର ଧାମରା ଅବଦୁଲ କଲାମ ଦ୍ବୀପରୁ ହାଇପରସୋନିକ ସ୍ପିଡ ଫ୍ଲାଇଟର ପରୀକ୍ଷା କରାଯାଇଛି। ଡିଆର୍ଡିଓ ଏହି ମିଶନ ଜରିଆରେ ଏହାର ଉଚ୍ଚବୈଷୟିକ ଜ୍ଞାନ ସମ୍ପନ୍ନ କାର୍ଯ୍ୟଦକ୍ଷତାର ପରିଚୟ ଦେଇଛି। ଡିଆର୍ଡିଓ ଅଧ୍ୟକ୍ଷ ଏଥିପାଇଁ ସମସ୍ତ ବୈଜ୍ଞାନିକ, ଗବେଷକ ଓ ଏହା ସହ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।