ହାଥରସ ଅଭିମୁଖେ ପୁଣି ରାହୁଲ ଓ ପ୍ରିୟଙ୍କା

ଲକ୍ଷେ୍ନ: ହାଥରସ ଗଣବଳତ୍କାର ଓ ହତ୍ୟାର ଶିକାର ହୋଇଥିବା ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ଶନିବାର ଦ୍ୱିତୀୟ ଥର ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଆଉ ୩୫ଜଣ କଂଗ୍ରେସ ସାଂସଦ ଯାତ୍ରା ଆରମ୍ଭ କରିଛନ୍ତି । ସେମାନେ ଡିଏନଡିରେ ପହଞ୍ଚିବା ପରେ ରାଜ୍ୟ ପୋଲିସ ପକ୍ଷରୁ କେବଳ ରାହୁଲ ଓ ପ୍ରିୟଙ୍କା ସହିତ ଆଉ ୩ଜଣ ନେତାଙ୍କୁଯିବା ଲାଗି ଅନୁମତି ମିଳିଛି । ସୂଚନା ଯୋଗ୍ୟ ପ୍ରଥମ ଥର ହାଥରସ ଯାଉଥିଲା ବେଳେ ରାହୁଲ ଓ ପ୍ରିୟଙ୍କାକୁ ବାଟରେ ଅଟକ ରଖାଯାଇଥିଲା ଓ ଏହାକୁ ନେଇ କଂଗ୍ରେସରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହି ଗଣ ବଳତ୍କାର ବିରୋଧରେ ଶୁକ୍ରବାର ଯନ୍ତ୍ରମନ୍ତ୍ରର ଠାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ଏକ ବିରାଟ ସଭା କରିବା ସହିତ କେନ୍ଦ୍ର ଠାରୁ ନ୍ୟାୟ ମାଗିଥିଲେ । ଆଜି ୟୁପି ମୁଖ୍ୟମନ୍ତ୍ରୀ ହାଥରସ ଏସପି , ଡିଏସପି ଓ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଦଳ ପକ୍ଷରୁ ୫ ତାରିଖରୁ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଛି ।
ଏହି ପ୍ରସଙ୍ଗରେ ସ୍ମୁତି ଇରାନୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ, ଦୋଷୀ ମାନଙ୍କ ବିରୋଧରେ ଶକ୍ତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ । ସିଟ୍ ରିପୋର୍ଟ ହସ୍ତଗତ ହେବା ପରେ ଏହାର ଆଧାରରେ ସରକାର ପଦକ୍ଷେପ ନେବେ ।

Leave A Reply

Your email address will not be published.

12 + seventeen =