ନୂଆଦିଲ୍ଲୀ-  ଦେଶରେ କରୋନା ସ୍ଥିତି ଦ୍ରୁତ ବୃଦ୍ଧି ପାଇଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦୀ ଭିଡଓକନଫରେନସ ଜରିଆରେ   ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ । ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଞ୍ଜବ, ବିହାର, ଗୁଜୁରାଟ, ତେଲେଙ୍ଗାନା ଓ ଉତରପ୍ରଦେଶରେ ସଂକ୍ରମିତ ଓ ମୃତୁ୍ୟ ସଂଖ୍ୟା ସର୍ବାଧିକ  । ତେଣୁ  ବର୍ତମାନର ସ୍ଥିତି କଣ ଅଛି ଓ ଏହି ସଂକ୍ରମଣକୁ କିପରି ରୋକାଯାଇ ପାରିବ ସେ ବିଷୟରେ  ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । କରୋନା ମହାମାରୀ ସମୟରେ  ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରିଙ୍କ  ସାତ ଥର ସାକ୍ଷାତ ହୋଇଛି । କିନ୍ତୁ ଲକଡାଉନ ୩ରେ ମୋଦୀଙ୍କ ଏହା ପ୍ରଥମ  ବୈଠକ ।