୧୫ ସୁଦ୍ଧା ଉଡ଼ିବ ଘରୋଇ ବିମାନ !

ନୂଆଦିଲ୍ଲୀ: ଦେଶରେ କରୋନା ଲକ୍ଡାଉନ ପାଇଁ ବନ୍ଦ ଥିବା ବିମାନ ସେବା ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଏପରି କି ସରକାର ମେ’ ୧୫ ସୁଦ୍ଧା ଘରୋଇ ବିମାନ ଚଳାଚଳ ପାଇଁ ଯୋଜନା କରୁଛନ୍ତି ବୋଲି ସେ କହିଛନ୍ତି ।
ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, “ଆମେ ମେ’ ୧୫ ପୂର୍ବରୁ ଘରୋଇ ବିମାନ ଚଳାଚଳ ଆରମ୍ଭ କରିବାକୁ ଯୋଜନା କରୁଛୁ । ଏ ନେଇ ମୁଁ ଚେଷ୍ଟା ଜାରି ରଖିଛି । ତେବେ ନିର୍ଦ୍ଧିଷ୍ଟ ଭାବେ କେଉଁ ତାରିଖରେ ଆରମ୍ଭ ହେବ, ସେ କଥା ମୁଁ ଏବେ ଆପଣଙ୍କୁ କହିପାରିବି ନାହିଁ ।
ଘରୋଇ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଦରକାର । କାରଣ ଘରୋଇ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାରମାନେ ନିଜ ନିଜ ଅଂଚଳରେ ଭିତିଭୂମି ପ୍ରସ୍ତୁତ କରିବେ ।” କ’ଣ କେବଳ ଗ୍ରୀନ୍ ଜୋନ୍ରେ ବିମାନ ଚଳାଚଳ ହେବ କି ବୋଲି ପ୍ରଶ୍ନର ଉତର ଦେଇ ହରଦୀପ କହିଛନ୍ତି, “ଆମେ ଏହାପରେ ଚୂଡ଼ାନ୍ତ ନିଷ୍ପତି ନେବୁ । ଆପଣ ଯଦି ଭାରତର ମ୍ୟାପ ଦେଖିବେ, ତା’ହେଲେ ଗ୍ରୀନ ଜୋନ୍ରେ ବିମାନ ଚଳାଚଳ ଆରମ୍ଭ କରିବା ସହଜ ।
କିନ୍ତୁ ଆପଣ ଯଦି ମେଟ୍ରୋ କଥା ବି·ର କରିବେ, ତା’ହେଲେ ଦେଶର ସମସ୍ତ ମେଟ୍ରୋ ରେଡ୍ ଜୋନ୍ରେ ରହିଛି । ଆମେ ସେହି ସ୍ଥାନଗୁଡ଼ିକୁ ମଧ୍ୟ ଆଦୌ ଛାଡ଼ିପାରିବୁ ନାହିଁ । ତେବେ କିଛି ଦିନ ମଧ୍ୟରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତି ନିଆଯିବ ।”
କରୋନା ଲକ୍ଡାଉନ ଯୋଗୁ ମାର୍ଚ୍ଚ ୨୪ରୁ ବିମାନ ଚଳାଚଳ ବନ୍ଦ ରହିଛି । ଦେଶ ଭିତରେ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି । ବର୍ତମାନ ମେ’ ୧୭ ଯାଏ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ଜାରି ରହିବ । ଏହା ମଧ୍ୟରେ କେମିତି ୧୫ ତାରିଖ ସୁଦ୍ଧା ବିମାନ ଉଡ଼ିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.

eighteen − 13 =