ବେଙ୍ଗାଲୁର : ବେଙ୍ଗାଲୁରୁରେ ଅତି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ୨୦୦ କୋଭିଡ ପଜିଟିଭ୍ ମା’ଙ୍କଠାରୁ ଜନ୍ମ ନେଇଛନ୍ତି ସୁସ୍ଥ ଶିଶୁ । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଖୁବ୍ ଭଲ ଅଛି ଏବଂ ସମସ୍ତେ କରୋନା ନେଗେଯିଭ । ଭିକ୍ଟୋରିଆ ଆଣ୍ଡ୍ ବାଣୀ ବିଳାସ ହସ୍ପିଟାଲରେ ଏହି ଚମତ୍କାର ଘଟଣା ଘଟିଛି । ଏହି ହସ୍ପିଟାଲରେ ଗର୍ଭବତୀ ମହିଳାଙ୍କର ଚିକିତ୍ସା କରାଯାଏ । ଏହି ହସ୍ପିଟାଲ୍ରେ ୨୦୦ ସୁସ୍ଥ ଶିଶୁ ଜନ୍ମ ହୋଇଛନ୍ତି । ହସ୍ପିଟାଲ୍ ପାଇଁ ଏହା ଏକ ଗୌରବ । ହସ୍ପିଟାଲ୍ ଡିନ୍ ଏବଂ ନିର୍ଦେଶକ ଡ. ସିଆର ଜୟନ୍ତୀ କହିଛନ୍ତି, କେବଳ ଡାକ୍ତରମାନଙ୍କ କଠୋର ପରିଶ୍ରମ ଯୋଗୁଁ ଏସବୁ ସମ୍ଭବ ହୋଇପାରିଛି । ପିପିଇ କିଟ୍ ପିନ୍ଧି ଶିଶୁକୁ ଜନ୍ମ କରାଇବା ଏତେ ସହଜ ନୁହେଁ । କିନ୍ତୁ ହସ୍ପିଟାଲ୍ ଏ ଦିଗରେ ଅତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ।