ନୂଆଦିଲ୍ଲୀ- ସମଗ୍ର ଦେଶରେ କାୟା ବିସ୍ତାର କରିଚାଲିଛି କରୋନା । ଗତ ୨୪ ଘଂଟାରେ ନୂଆ ୫୨,୯୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୦୩,୬୯୬ରେ ପଂହଚିଥିବା ବେଳେ ୧୧୮୬୨୦୩ ସୁସ୍ଥ ହୋଇଛନ୍ତି । ବର୍ତମାନ ସୁଦ୍ଧା ୩୮୧୩୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମଧ୍ୟରେ ଆଣ୍ଡାମନ ଓ ନିକୋବର ଦ୍ୱୀପପୁଞ୍ଜରେ ୭, ଆନ୍ଧ୍ରପ୍ରଦେଶ ୧୪୦୭, ଅରୁଣାଚଳ ପ୍ରଦେଶ ୩, ଆସାମ ୧୦୧, ବିହାର ୩୦୯, ଚଣ୍ଡିଗଡ ୧୮, ଛତିଶଗଡ ୫୫, ଦାଦରନଗର ହାୱେଲି ଏବଂ ଡାମନ ଓ ଦିଉରେ ୨, ଦିଲ୍ଲୀ ୩୯୮୯, ଗୋଆ ୪୮, ଗୁଜୁରାଟ ୨୪୬୪, ହରିୟାଣା ୪୨୮, ହିମାଚଳପ୍ରଦେଶ ୧୪, ଜାମ୍ମୁ ଓ କାଶ୍ମୀର ୩୮୮, ଝାଡଖଣ୍ଡ ୧୧୩, କର୍ଣ୍ଣାଟକ ୨୪୧୨, କେରଳ ୮୧, ଲଦାଖ ୭, ମଧ୍ୟପ୍ରଦେଶ ୮୭୬, ମହାରାଷ୍ଟ୍ର ୧୫୩୧୬, ମଣିପୁର ୬, ମେଘାଳୟ ୫, ନାଗାଲାଣ୍ଡ ୫, ଓଡିଶା ୨୦୭, ପଣ୍ଡୁଚେରୀ ୫୧, ପଞ୍ଜବ ୪୦୫, ରାଜସ୍ଥାନ ୬୯୦, ସିକିମ ୧, ତାମିଲନାଡୁ ୪୦୩୪, ତେଲେଙ୍ଗାନା ୫୩୦, ତ୍ରିପୁରା ୨୩, ଉତରାଖଣ୍ଡ ୮୩, ଉତରପ୍ରଦେଶ ୧୬୯୯ ଏବଂ ପଶ୍ଚିମବଙ୍ଗ ୧୬୨୯ ।