ନୂଆଦିଲ୍ଲୀ : ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଦେଶରେ ଅନିୟନ୍ତ୍ରିତ ହେଉଛି କରୋନା । ଦେଶରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଶନିବାର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ପୁଣି ୩୮ ହଜାର ୯୦୨ ଆକ୍ରାନ୍ତଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୭୭,୬୧୮ରେ ପହଞ୍ଚିଛି । ଅନ୍ୟପଟେ ରବିବାର ଆଉ ୫୪୩ ସଂକ୍ରମିତଙ୍କ ମୃତ୍ୟୁ ପରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୬,୮୧୬ରେ ପହଞ୍ଚିଛି । ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୬ଲକ୍ଷ ୭୭ହଜାର ୪୨୩ଜଣ ସୁସ୍ଥ ହୋଇଥିବା ବେଳେସୁସ୍ଥତା ହାର ୬୩.୩୪କୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏବେ ୩ଲକ୍ଷ ୭୩ ହଜାର ୩୭୯ ସଂକ୍ରମିତ ଦେଶରେ ଚିକିତ୍ସାଧୀନ ଅଛନ୍ତି ।
ଦେଶରେ କରୋନା ହଟସ୍ପଟ ପାଲଟିଥିବା ମହାରାଷ୍ଟ୍ରରେ ମଧ୍ୟ ସ୍ଥିତି ସଙ୍ଗିନ । ୩ଲକ୍ଷ ପାର କରିଛି ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ମହାରାଷ୍ଟ୍ରରୁ ୮ହଜାର ୩୪୮ ଭୂତାଣୁ ସଂକ୍ରମିତ ବାହାରିଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୩୭କୁ ବୃଦ୍ଧି ପାଇଛି । ଶୁକ୍ରବାର ଅପେକ୍ଷା ଶନିବାର ମହାରାଷ୍ଟ୍ରରୁ ଅଧିକ ପଜିଟିଭ୍ କେସ୍ ଆସିଛି । ସେହିପରି ଗତ ୨୪ ଘଂଟାରେ ଆଉ ୧୪୪ ଜଣଙ୍କର ଜୀବନ ନେଇଛି କରୋନା । ଏହା ସହ ମହାରାଷ୍ଟ୍ରରେ ମୃତକଙ୍କ ସଂଖ୍ୟା ୧୧ହଜାର ୫୧୬କୁ ବଢିଛି ।
ମୁମ୍ବାଇରେ ସଂକ୍ରମଣ ଅଧିକ । କେବଳ ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପି ଯାଇଛି । ଗତ ୨୪ ଘଂଟାରେ ମୁମ୍ବାଇରୁ ବାହାରିଛି ୧ହଜାର ୧୮୬ ପଜିଟିଭ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୫୦ । କେବଳ ମୁମ୍ବାଇରେ ୫ହଜାର ୬୫୦ ଆକ୍ରାନ୍ତ ମୃତ୍ୟୁବରଣ କଲେଣି ।