୨୫ ଟଙ୍କା ବଢ଼ିଲା ରନ୍ଧନ ଗ୍ୟାସ

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡିକ ଆଜି ସବସିଡ୍ ଯୁକ୍ତ ରନ୍ଧନ ଗ୍ୟାସର ସିଲିଣ୍ଡର ପିଛା ମୁଲ୍ୟ ୨୫ ଟଙ୍କା ବୃଦ୍ଧି କରିଥିଲା ବେଳେ ଅଣ ରିହାତି ଗ୍ୟାସର ସିଲିଣ୍ଡର ପିଛା ମୁଲ୍ୟ ୭୬ଟଙ୍କା ବୃଦ୍ଧି କରିଛନ୍ତି । ଆଜିଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି । ଫଳରେ ଉଭୟ ସବ୍ସିଡ୍ ଯୁକ୍ତ ଓ ଅଣ ସବ୍ସିଡ୍ ରନ୍ଧନ ଗ୍ୟାସ୍ ସିଲିଣ୍ଡର ମହଙ୍ଗା ହୋଇଛି ।
ଦର ବଢ଼ିବା ପରେ ସବସିଡ୍ ଯୁକ୍ତ ଏଲପିଜି ସିଲିଣ୍ଡରର (୧୪.୨ କିଲୋଗ୍ରାମ) ସିଲିଣ୍ଡର ପିଛା ଦାମ ଦିଲ୍ଲୀ ଏବଂ ମୁମ୍ୱାଇରେ ୮୦୯ ଟଙ୍କାରୁ ୮୩୪ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି କୋଲକାତାରେ ୮୧୦ଟଙ୍କାରୁ ୮୩୫.୫୦ ପଇସା ବଢିଥିବା ବେଳେ ଚେନ୍ନାଇରେ ୮୩୫ଟଙ୍କା ୫୦ ପଇସାରୁ ବୃଦ୍ଧି ପାଇ ୮୫୦.୫୦ ପଇସା ରହିଛି । ଭୁବନେଶ୍ୱରରେ ଏଣିକି ସିଲିଣ୍ଡର ପିଛା ମୁଲ୍ୟ ୮୬୧ଟଙ୍କା ହୋଇଛି । ପୂର୍ବରୁ ସିଲିଣ୍ଡର ପିଛା ମୂଲ୍ୟ ୮୩୫ ଟଙ୍କା ୫୦ ପଇସା ଥିଲା । ସେହିପରି ଅଣ ସବ୍ସିଡିର ୧୯ କିଲୋଗ୍ରାମ୍ ଗ୍ୟାସ୍ ସିଲିଣ୍ଡର ର ମୂଲ୍ୟ ୧୫ଶହ ୫୦ ଟଙ୍କାକୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ, ବିଗତ ୬ ମାସ ମଧ୍ୟରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦାମ ୧୪୦ ଟଙ୍କା ବଢ଼ିଥିଲା । ଦେଶରେ ପେଟ୍ରୋଲ ଦର ଶହେ ଟପିଥିବା ବେଳେ ଡିଜେଲ ଦର ଶହେ ତଳେ ରହିଛି । ତେଲ ଦର ବଢ଼ିବାରୁ ପରିବହନ ଦର ବଢ଼ିବାରୁ ଖାଦ୍ୟ ସାମଗ୍ରୀର ଦାମ୍ ମଧ୍ୟ ବଢ଼ିଛି । ଏହାରି ଭିତରେ ରୋଷେଇ ଗ୍ୟାସ ଦର ବୃଦ୍ଧି ଖାଉଟିଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସାବ୍ୟସ୍ତ ହୋଇଛି । ସେହିପରି ବିମାନ ଚଳାଇବା ପାଇଁ ବ୍ୟବହାର ହେଉଥିବା ଆଭିଏସନ ଟରବାଇନ ଫୁଏଲ (ଏଟିଏଫ) ଦର ୨,୩୫୪ ଟଙ୍କା/କେଏଲ ପିଛା ବଢ଼ିଛି । ଏବେ ଦିଲ୍ଲୀରେ ଏହି ଦର ୬୮.୨୬୨ ଟଙ୍କା/କେଏଲ ରହିଛି ।ସୂଚନାଯୋଗ୍ୟ, ତୈଳ କମ୍ପାନୀ ମାନେ ବର୍ଷକୁ ୧୨ଟି ସିଲିଣ୍ଡର ଘର ପିଛା ଦେଉଛନ୍ତି । ଏହାପରେ ସିଲିଣ୍ଡର ନେଲେ ଅଣ ସବସିଡି ସିଲିଣ୍ଡର ନେବାକୁ ହେବ ।

Leave A Reply

Your email address will not be published.

11 + 9 =