୩୦ କୋଟି ଲୋକଙ୍କୁ ମାଗଣା କରୋନା ଟିକା

ନୂଆଦିଲ୍ଲୀ: ଦେଶରେ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ କରୋନା ଟିକା ଦେବାଲାଗି କେନ୍ଦ୍ର ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଏନେଇ ଯୋଗ୍ୟ ହିତାଧିକାରୀମାନଙ୍କୁ ଅଗ୍ରାଧିକାର ଭିତରେ ଚିହ୍ନଟ କରିବାପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ୩୦ କୋଟି ଲୋକଙ୍କ ମଧ୍ୟରେ ପ୍ରଥମ ବର୍ଗରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଡାକ୍ତରୀ ଛାତ୍ର, ଆଶାକର୍ମୀ, ନର୍ସ ଆଦି ରହିଛନ୍ତି । ତେବେ ସେମାନଙ୍କ ସଂଖ୍ୟା ୧କୋଟି ରହିଛି । ଦ୍ୱୀତିୟରେ ପ୍ରଂଟଲାଇନ୍ କରୋନା ଯୋର୍ଦ୍ଧା ଭାବେ ପରିଚିତ୍ ମୁନିସ୍ପାଲ୍ କର୍ପୋରେସନ୍ କର୍ମୀ, ପୋଲିସ, ଅଗ୍ନିଶମ ବାହୀନି ଓ ସାମରିକ ବାହୀନିର ଜବାନ ରହିଛନ୍ତି । ଯେଉଁମାନଙ୍କ ସଂଖ୍ୟା ପ୍ରାୟ ୨କୋଟି ବୋଲି କୁହାଯାଇଛି । ସେହିପରି ୫୦ ବର୍ଷରୁ ଉଦ୍ଧ୍ୱର୍ ଲୋକମାନଙ୍କୁ ଅଗ୍ରାଧୀକାର ଭାବେ ଚିହ୍ନଟ କରାଯାଇଛି । ସେମାନଙ୍କ ସଂଖ୍ୟା ପ୍ରାୟ ୨୬ କୋଟି ହେବ । ଅନ୍ୟପକ୍ଷରେ ୫୦ବର୍ଷରୁ କମ୍ ଏବଂ ଯେଉଁମାନେକି ବିଭିନ୍ନ ରୋଗରେ ପୀଡିତ ସେମାନଙ୍କୁ ସ୍ୱତନ୍ତ୍ର ବର୍ଗଭାବେ ଚିହ୍ନଟ କରାଯାଇଛି । ସେମାନଙ୍କ ସଂଖ୍ୟା ପ୍ରାୟ ୧ କୋଟି ହେବ । ଆସନ୍ତା ଫେବୃଆରୀ ମାସ ସୁଦ୍ଧା ଭାରତ ବାୟୋଟେକ୍ କରୋନା ଟିକା ‘କୋଭାସିନ୍” ବଜାରକୁ ଛାଡିବ । ଭାରତରେ ଏହା ଉପଲବ୍ଧ ହେବା ପରେ ଚିହ୍ନଟ ୪ଟି ବର୍ଗର ୩୦ କୋଟି ଲୋକଙ୍କୁ ମାଗଣାରେ ପ୍ରଥମ ପର୍ଯ୍ୟାୟରେ ଟିକା ପ୍ରଦାନ ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ସିଂ ରାଜ୍ୟସରକାରଙ୍କୁୂ ପତ୍ର ଲେଖିଛନ୍ତି । ଆଧାର କାର୍ଡ ଜରୀଆରେ ହିତାଧିକାରୀ ମାନଙ୍କୁ ଚିହ୍ନଟ କରାଯିବ । ତେବେ ଏହା ବାଧ୍ୟତା ମୂଳକ ହେବ ନାହିଁ । ଯେଉଁ ମାନଙ୍କ ଆଧାର ନାହିଁ ସେମାନେ ଯେ କୋଣସି ସରକାରୀ ପରିଚୟ ପତ୍ର ବ୍ୟବହାର କରିପାରିବେ ।

Leave A Reply

Your email address will not be published.

twelve − five =