ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଦ୍ଧାରେ ପଂହଚିବା ପରେ ହନୁମାନଗଡି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ସ୍ୱତନ୍ତ୍ର ବିମାନ ଯୋଗେ ସକାଳ ୯,୩୦ରେ ଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଥିଲେ । ଲକ୍ଷ୍ନୌରେ ଅବତରଣ କରିବା ପରେ ହେଲିକପ୍ଟର ଯୋଗେ ଅଯୋଦ୍ଧାରେ ପଂହଚିଥିଲେ । ହେଲିପ୍ୟାଡରୁ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ତାଙ୍କୁ ସ୍ୱାଗତ କରିଥିଲେ । ହନୁମାନଗଡିରେ ପ୍ରଧାନମନ୍ତ୍ରୀଙ୍କୁ ମୁକୁଟ ପ୍ରଦାନ କରାଯାଇଥିଲା । ହନୁମାନଗଡିରେ ପୂଜାର୍ଚ୍ଚନା ଶେଷ ହେବାପରେ ରାମ ଜନ୍ମୂମି ମନ୍ଦିର ନିର୍ମାଣ ସ୍ଥଳକୁ ଯାଇ ରୌପ୍ୟ ଇଟାରେ ଭିତିପ୍ରସ୍ତର ସ୍ଥାପନ କରିବେ । ପୂର୍ବରୁ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଅଯୋଧ୍ୟାରେ ପଂହଚି ଆୟୋଜନ ତଦାରଖ କରିଥିଲେ । ଉତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ, ଉମା ଭାରତୀ, ଯୋଗ ଗୁରୁ ରାମଦେବ, ରାଷ୍ଟ୍ରୀୟ ସ୍ୱୟଂ ସେବକ ମୁଖ୍ୟ ମୋହନ ଭାଗବତ ମଧ୍ୟ ଉପସ୍ଥିତ ରହିଛନ୍ତି ।