ଭୁଟାନ ଆଣିଲା ଭାରତ ପାଇଁ ସମସ୍ୟା

ନୂଆଦିଲ୍ଲୀ- ଚୀନ, ନେପାଳ ପରେ ପଡୋଶୀ ଭୁଟାନ ଭାରତ ପାଇଁ ଆଣିଛି ନୂଆ ସମସ୍ୟା । ଭୁଟାନ ନଦୀରୁ ଆସାମ ଆଡକୁ ଆସୁଥିବା ଜଳସେଚିତ ପାଣିକୁ ରୋକି ଦେଇଛି । ଯାହାଫଳରେ ଆସାମର ବସ୍କା ଜିଲ୍ଲାର ଚାଷୀଙ୍କ ପାଇଁ ସମସ୍ୟା ପାଲଟିଛି । ଭୁଟାନ ବିରୋଧରେ ଚାଷୀ ବିରୋଧ ପ୍ରଦର୍ଶନଚରିବା ସହ ଭୁଟାନକୁ ଯାଉଥିବା ଜାତୀୟ ରାଜପଥକୁ ବନ୍ଦ କରିଦେଇଛନ୍ତି । କେନ୍ଦ୍ରସରକାର ତୁରନ୍ତ ଏ ଦିଗରେ ସମାଧାନ କରିବା ପାଇଁ ଚାଷୀ ଦାବି କରିଛନ୍ତି । ଲଦାଖ ସୀମାରେ ଚୀନ ସହିତ ଭାରତର ବିବାଦ ଲାଗି ରହିଛି । ଲହାରି ଭିତରେ ନେପାଳ ଭାରତର ଜମିକୁ ଜୋର ଜବରଦସ୍ତ ନିଜ ନକ୍ସାରେ ସାମିଲ କରିଛି । ଯାହାକୁ ନେଇ ଏବେ ଚୀନ ପରେ ନେପାଳ ଭାରତ ପାଇଁ ସମସ୍ୟା ଆଣୁଛି ।

Leave A Reply

Your email address will not be published.

eighteen − fifteen =