ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ ସଚିନ ପାଇଲଟ


ନୂଆଦିଲ୍ଲୀ- ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦବୀରୁ ବିଦା ହେଲେ ସଚିନ ପାଇଲଟ । ମଙ୍ଗଳବାର ସକାଳେ କଂଗ୍ରେସ ବିଧାୟକ ଦଳ ଏକ ବୈଠକ ଜୟପୁର ଠାରେ କରିଥିଲେ । ଏହି ବୈଠକରେ ପାଇଲଟଙ୍କ ସମେତ ତାଙ୍କ ବିଧାୟକ ମାନେ ଯୋଗ ଦେଇନଥିଲେ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ପ୍ରସ୍ତାବ ପାରିତ ହୋଇଛ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି । ରାଜ୍ୟରେ ଶାସନ ଦଳ ମଧ୍ୟରେ ବିବାଦ ବଢିବା ପରେ ବିରୋଧୀ ବିଜେପି ଏବେ ସକ୍ରିୟ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସଚିନଙ୍କ ଅଫିସ ମଧ୍ୟ ସ୍ପଷ୍ଟ କରିଥିଲା ସଚିନ ଦଳୀୟ ବିଧାୟକ ବୈଠକରେ ଯୋଗ ଦେବେନି । ଏଥିସହିତ ଏକ ଭିଡିଓ ମଧ୍ୟ ଜାରି କରାଯାଇଥିଲା । ଯେଉଁଥିରେ ସଚିନ ପାଖରେ ୧୬ ବିଧାୟକ ରହିଥିବା ସୂଚନା ମିଳିଛି । ସଚିନଙ୍କ ସମର୍ଥକ ବିଧାୟକ ମୁକେଶ ଭାକର ଟୁଇଟ ଯୋଗେ କହିଛନ୍ତି କଂଗ୍ରେସର ନିଷ୍ଠାର ଅର୍ଥ ଅଶୋକ ଗେହଲଟଙ୍କ ଗୁଲାମି । ଏହାକୁ ଆମେ ସ୍ୱୀକାର କରିବୁ ନାହିଁ । ସଚିନଙ୍କ ପାଖରେ ୩୦ ବିଧାୟକ ଥିବା ଦାବି କରିଛି ତାଙ୍କ ଅଫିସ । ସଚିନଙ୍କ ଦାବି ଯଦି ସତ ପ୍ରମାଣିତ ହେବ ଆଉ ଇସ୍ତଫା ଦେବେ ତାହେଲ ଗେହଲଟ ସରକାର ସଂଖ୍ୟାଲଘୁ ରେ ପରିଣତ ହେବ । ରାଜ୍ୟପାଳ ବିଜେପିକୁ ସରକାର ଗଢିବା ପାଇଁ ଆମନ୍ତ୍ରଣ କରିପାରନ୍ତି ।

Leave A Reply

Your email address will not be published.

one × 5 =