ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକା ଅଞ୍ଚଳରେ ଭାରତ ଓ ଚୀନ୍ ସେନାଙ୍କ ସଂଘର୍ଷ ସମୟରେ ଚୀନ୍ ଅଟକ ରଖିଥିବା ଦୁଇ ଜଣ ମେଜର୍ଙ୍କ ସମେତ ୧୦ଜଣ ଭାରତୀୟ ଯବାନଙ୍କୁ ଗୁରୁବାର ସନ୍ଧ୍ୟାରେ ମୁକ୍ତ କରିଛି।
ଉଭୟ ପକ୍ଷରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବାରୁ ସମ୍ପୃକ୍ତ ସୈନିକମାନଙ୍କ ସୁରକ୍ଷା ନିମନ୍ତେ ଉଭୟ ଦେଶ ମଧ୍ୟରେ ଏ ସଂକ୍ରାନ୍ତରେ ହୋଇଥିବା ବୁଝାମଣା ଗୋପନ ରଖାଯାଇଛି। ମଙ୍ଗଳବାର ଓ ଗୁରୁବାର ମଧ୍ୟରେ ଗଲୱାନ୍ ଉପତ୍ୟକାର ପାଟ୍ରୋଲ୍ ପଏଣ୍ଟ୍ ନିକଟରେ ମେଜର୍ ଜେନେରାଲ୍ମାନଙ୍କ ନେତୃତ୍ବରେ ଭାରତ ଓ ଚୀନ୍ର ପ୍ରତିନିଧି ଦଳମାନଙ୍କ ମଧ୍ୟରେ ତିନି ପର୍ଯ୍ୟାୟ କଥାବାର୍ତ୍ତା ହେବା ପରେ ୧୦ଜଣ ସୈନିକଙ୍କୁ ମୁକ୍ତ କରାଯାଇଛି।