ଗୁଗୁଲ ପ୍ଲେ ଷ୍ଟୋରରେ ଥିବା ଏହି ୧୫ଟି ଆପ୍ ଆପଣଙ୍କ ଟଙ୍କା ଚୋରୀ କରିପାରେ

ନୂଆଦିଲ୍ଲୀ: ଆଣ୍ଡ୍ରୋଏଡ ଆପ୍ ଏବଂ ଡାଟା ଲିକ୍ ଏକ ବହୁତ ପୁରୁଣା ସମସ୍ୟା । ଏମିତି ଅନେକ ଆପ୍ ରହିଛି ଯାହାକି ଆପଣ ବ୍ୟବହାର କଲେ ଆପଣଙ୍କ ତଥ୍ୟ ଚୋରି ହେବାର ଭୟ ରହିଛି । ପ୍ରତିଦିନ ଅନେକ ରିପୋର୍ଟ ଆସୁଛି ଯେ ଆଣ୍ଡ୍ରୋଏଡ ଆପର ମାଲୱେୟାର ରହିଥିଲା ଯାହା ଲୋକଙ୍କ ଫୋନରେ ବ୍ୟାଙ୍କିଂ ଆପ୍ରୁ ଟଙ୍କା ଚୋରି କରୁଥିଲା । ବର୍ତମାନ ସିକୁ୍ୟରିଟି କମ୍ପାନୀ ସୋଫୋସ୍ ୨୦ଟି ମୋବାଇଲ୍ ଆପର ଏକ ତାଲିକା ପ୍ରକାଶ କରିଛି ଯାହା ବ୍ୟବହାରକାରୀଙ୍କ ଫୋନରୁ ସହଜରେ ଟଙ୍କା ଚୋରି କରିପାରୁଥିବା ଜଣାପଡଛି । ଏହି ଆପ୍ ଗୁଡିକ ବ୍ୟବହାରକାରୀଙ୍କ ବିନା ଅନୁମତିରେ ସବସ୍କ୍ରିପସନ ସେବାକୁ ସକ୍ରିୟ କରିଥାନ୍ତି । ଏହି ଆପ୍ସ ମଧ୍ୟରୁ କିଛି ଗୁଗୁଲ ପ୍ଲେ ଷ୍ଟୋରରୁ ଅପସାରିତ କରିସାରିଛି । କିନ୍ତୁ କିଛି ଆପ୍ ପ୍ଲେ ଷ୍ଟୋରରେ ଏବେ ମଧ୍ୟ ଉପଲବ୍ଧ ରହିଛି । ଏହି ଆପଗୁଡ଼ିକ ଯଦି ଫୋନରେ ରଖିଥାନ୍ତି ଏହା ଆପରଙ୍କ ପାଇଁ ବିପଦ ଜନକ ଅଟେ ।ତେବେ ଆପଣ ତୁରନ୍ତ ସେଗୁଡ଼ିକୁ ଡିଲିଟ୍ କରିବା ଉଚିତ୍

*ବ୍ୟବହାରକାରୀଙ୍କ ଫୋନରୁ ଟଙ୍କା ଚୋରି କରୁଥିବା ଆପ୍ସ ଗୁଡିକ ହେଉଛି –

୧ -Compress Video (କମ୍ପ୍ରେସ ଭିଡିଓ)
୨ – Dynamic Wallpaper (ଡାଇନାମିକ ଓ୍ବାଲପେପର)
୩ -Gametris Wallpaper ( ଗାମେଟେରିସ ଓ୍ବାଲପେପର)
୪ -MojiFont ( ମୋଜି ଫଣ୍ଟ)
୫ – Montage – Help you make cool videos( ମୋନଟେଜ ଭିଡିଓ ଆପ)
୬ – My Replica 2 ( ମାଇ ରେପଲିକା-୨)
୭ – Old Me-Simulate Old Face
୮- Photo Converter( ଫଟୋ କନଭଟର)
୯- Prank Call ( ପ୍ରଙ୍କ କଲ)
୧୦ -Recover deleted photos ( ରିକୋଭରି ଡିଲିଟ ଫଟୋ )
୧୧ -Photo backup ( ଫଟୋ ବ୍ୟାକଅପ)
୧୨ -Search by Image ( ସର୍ଚ୍ଚ ଇମେଜ)
୧୩ -Video Magician ( ଭିଡିଓ ମାଜିସିଆନ)
୧୪-Xsleep୧ (ଏକ୍ସ ସ୍ଲିପ)
୧୫ -Zynoa Wallpaper ( ଜିୟାନୋ ଓ୍ବାଲପେପର)

Leave A Reply

Your email address will not be published.

5 × four =