ସରକାରୀ ହସ୍ପିଟାଲ୍‌ରୁ ୩୨୦ କୋଭାକ୍ସିନ୍ ଚୋରି

ଜୟପୁର: ମହାମାରୀ କରୋନା ପ୍ରକୋପ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ, ଦେଶରେ ଟିକାର ଅଭାବ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏପରିସ୍ଥିତି ମଧ୍ୟରେ ରାଜସ୍ଥାନ ଜୟପୁରରୁ ଏକ ନିନ୍ଦନିୟ ଘଟଣା ସାମ୍ନାକୁ ଆସିଛି, ଯାହାକି ଏକ ସରକାରୀ ହସ୍ପିଟାଲ୍‌ରୁ ୩୨୦ଟି କୋଭାକ୍ସିନ୍ ଡୋଜ୍ ଚୋରି ହୋଇଛି । ଏନେଇ ଏକ ଚୋରି ମାମଲା ରୁଜୁ କରି ପୋଲିସ୍ ଘଟଣାର ତଦନ୍ତ ଜାରି ରଖିିଛି । ସୂଚନାନୁଯାୟି ଏହି ଟିକା ଚୋରି ସମୟରେ ହସ୍ପିଟାଲ୍‌ର ସିସିଟିଭି କ୍ୟାମେରା କାମ କରୁନଥିଲା । ତେଣୁ ଏଥିରେ ହସ୍ପିଟାଲ୍‌ର କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଧେହ କରାଯାଉଛି । ଦେଶରେ କରୋନା ସଂକ୍ରମଣକୁ ରୋକିବାକୁ ସରକାର ଯୁଦ୍ଧକାଳୀନ ଭିିତ୍ତିରେ ଭାକ୍ସିନ୍ ପ୍ରସ୍ତୁତି ପାଇଁ ବିଭିନ୍ନ କମ୍ପାନୀ ମାନଙ୍କ ଦ୍ୱାରା ପ୍ରସ୍ତୁତି କରିଥିଲେ ମଧ୍ୟ ଅଧିକାଂଶ ରାଜ୍ୟରେ ଡୋଜ୍‌ର ଅଭାବ ପରିଲକ୍ଷିତ ହେଉଛି । ଏପରି ସ୍ଥଳେ ସରକାରୀ ହସ୍ପିଯାଲ୍‌ରୁ ଟିକା ଚୋରି ଘଟଣା ଏକ ନିନ୍ଦାର କରଣ ପାଲଟିଛି ।

Leave A Reply

Your email address will not be published.

one × 5 =