ବ୍ୟାପକ ସଚେତନତା ପାଇଁ ମୋଦୀଙ୍କ ପରାମର୍ଶ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଭିଡିଓ କନଫରେନସିଂ ଜରିଆରେ କରୋନା ସ୍ଥିତିର ସମୀକ୍ଷା ବୈଠକ କରିଛନ୍ତି । ବ୍ୟକ୍ତିଗତ ଭାବେ ସଫାସୁତରା ରହିବା ସହ ସାମାଜିକ ନିୟମ ମାନିବା ଓ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ମହାମାରୀ ରୋକିବାରେ କେନ୍ଦ୍ର, ରାଜ୍ୟ ତଥା ସ୍ଥାନୀୟ କର୍ତୃପକ୍ଷଙ୍କ ମିଳିତ ଉଦ୍ୟମକୁ ମୋଦୀ ପ୍ରଶଂସା କରିଛନ୍ତି । ଏତଦ୍ ବ୍ୟତିତ ଅହମ୍ମଦାବାଦ ମଡେଲକୁ ଧନଭନ୍ତ୍ରି ରଥ ମାଧ୍ୟମରେ ଗୃହର ଯତ୍ନ ଏବଂ ରୋଗର ସଫଳତା ପାଇଁ ପ୍ରଶଂସା କରାଯାଇଥିଲା । ଉକ୍ତ ମଡେଲକୁ ଅନ୍ୟ ସ୍ଥାନରେ ଅନୁକରଣ କରିବାକୁ ମଧ୍ୟ କୁହାଯାଇଛି । ଏହି ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସାମିଲ ଥିଲେ ।

Leave A Reply

Your email address will not be published.

eighteen + 2 =