ନୂଆଦିଲ୍ଲୀ: ଗଲୱାନ ଉପତ୍ୟକାରେ ସଂଘର୍ଷ ପରେ ଚୀନକୁ ଏବେ ହାତରେ ନ ମାରି ଭାତରେ ମାରିବ ଭାରତ। ବୁଧବାର ଟେଲିକମ୍ ମନ୍ତ୍ରଣାଳୟ ବିଏସ୍ଏନଏଲ ଓ ଏହାର ସହଯୋଗୀ କମ୍ପାନୀଗୁଡିକୁ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଚୀନ ନିର୍ମିତ ମୋବାଇଲ ଫୋନଗୁଡିକୁ ୪-ଜି ଅପଗ୍ରେଡେସନ ଦିଆଯିବ ନାହିଁ । ଏହାଦ୍ଵାରା ଭାରତୀୟମାନେ ଚୀନ ନିର୍ମିତ ମୋବାଇଲ ଓ ଟେଲିକମ୍ ଯନ୍ତ୍ରାଂଶ ପରିବର୍ତ୍ତେ ଭାରତ ନିର୍ମିତ ଯନ୍ତ୍ରାଂଶ କିଣିବାକୁ ଆଗ୍ରହୀ ହେବେ। ଫଳରେ ଭାରତରେ ଚୀନ ନିର୍ମିତ ଯନ୍ତ୍ରାଂଶ ବିକ୍ରି ହ୍ରାସ ପାଇବ, ଯାହା ପରୋକ୍ଷରେ ଚୀନର ଅର୍ଥନୀତିକୁ ପ୍ରଭାବିତ କରିବ।