ନୂଆଦିଲ୍ଲୀ- ଦିଲ୍ଲୀରେ କରୋନା ସ୍ଥିତି ଦିନକୁ ଦିନ ଅଣୟାତ ହେବାରେ ଲାଗିଛି । ଗତ ୨ ସପ୍ତାହରେ ୭୩୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ତେଣୁ ଦିଲ୍ଲୀରେ କରୋନା ମୃତ୍ୟୁ ବଢୁଥିବାରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସ୍ୱାସ୍ଥ୍ୟ ବିଭାଗ ଉପରେ ବର୍ଷିଛନ୍ତି । ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନଥବାରୁ କୋଭିଡ-୧୯ ମୃତ୍ୟୁ ସଂଖ୍ୟା କ୍ରମଶଃ ବଢିଚାଲିଛି ବୋଲି କେଜ୍ରିୱାଲ କହିଛନ୍ତି । ଦିଲ୍ଲୀରେ ମୋଟ ମୃତ୍ୟୁ ସଂଖ୍ୟା ୩,୧୬୫ରେ ପଂହଚିଛି ।