ନୂଆଦିଲ୍ଲୀ- ଭାରତ ଓ ଚୀନ ସେନା ମଧ୍ୟରେ ଘମାଘୋଟ ଲଢେଇ । ଟଲିପଡିଲେ ୨୦ ଭାରତୀୟ ଓ ୪୩ ଚୀନ ସୈନିକ । ଲଦାଖର ଗଲୱାନ ଇଲାକାରରେ ଗତ କିଛିଦିନ ଧରି ଉଭୟ ଦେଶ ସୋନଙ୍କ ମଧ୍ୟରେ ଉତେଜନା ଓ ସଂଘର୍ଷ ଲାଗି ରହିଥିବା ବେଳେ ଗତ ୧୫ ଓ ୧୬ ତାରିଖ ଦିନ ଏହା ଭୟଙ୍କର ରୂପ ନେଇଥିଲା । ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ଉଭୟ ଦେଶ ବରିଷ୍ଠ ସେନାଧିକାରୀଙ୍କ ମଧ୍ୟରେ ଆପୋଶ ଆଲୋଚନା ଚାଲିଥିବା ବେଳେ ସେପଟେ ଲଢେଇ ଆରମ୍ଭ ହୋଇଯାଇଥିଲା । ଆକ୍ରମଣ ଓ ପ୍ରତି ଆକ୍ରମଣରେ ଉଭୟ ଦେଶର ବହୁ ସଂଖ୍ୟଙ୍କ ସୈନିକ ମୃତାହତ ହୋଇଛନ୍ତି । ତେବେ ଭାରତର ୨୦ ସୈନିକ ମୃତ୍ୟୁ ବରଣ କରିଥିବା ସ୍ପଷ୍ଟ ହୋଇଥିବା ବେଳେ ଚୀନର କେତେ ସୈନିକ ନିହତ ହୋଇଛନ୍ତି ସେ ନେଇ କୌଣସି ଠୋସ୍ ପ୍ରମାଣ ମିଳିନାହିଁ । ଭାରତୀୟ ସେନା ପ୍ରଥମେ ଆନ୍ତଜାର୍ତୀୟ ସୀମା ରେଖା ଅତିକ୍ରମ କରିଥିବା ନେଇ ଚୀନ ସେନା ଅଭିଯୋଗ କରୁଥିବା ବେଳେ ଭାରତୀୟ ସେନା ଏହାକୁ ଖଣ୍ଡନ କରି କହିଛନ୍ତି ଯେ ଚୀନସେନା ଗଲୱାନ ଘାଟିର ୧୪ ନଂ ପାଟ୍ରୋଲିଂ ପଏଂଟରୁ ଫେରିବ ବେଳେ ଅତ୍ୟଧିକ ଉତେଜିତ ହୋଇ ପ୍ରଥମେ ଭାରତଭାରତୀୟ କମାଣ୍ଡିଂ ଅଫିସରଙ୍କୁ ଲୁହାରଡ ଓ ପଥରରେ ମାଡ କରିଥିଲେ । ଫଳରେ ସଂଘର୍ଷ ସୂତ୍ରପାତ ହୋଇଥିଲା । ସ୍ରାଂପତିକ ସୀମା ପରିସ୍ଥିତ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ , ବୈଦେଶକ ବ୍ୟାପାର ମନ୍ତ୍ରୀ ଏବଂ ତିନି ସୋନା ବାହିନୀର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି । ଜାତିସଂଘ ଏହି ଘଟଣା ନେଇ ଗଭୀର ଉଦବେଗ ପ୍ରକାଶ କରିବା ସହ ଶାନ୍ତି ବଜାୟ ରଖିବାକୁ ଭାରତ ଓ ଚୀନକୁ ନିବେଦନ କରିଛି ।