ନୂଆଦିଲ୍ଲୀ- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆରବିନ୍ଦ କେଜ୍ରିୱାଲଙ୍କ ନିଷ୍ପତି ଉପରେ ରୋକ ଲଗାଇଲେ ଉପରାଜ୍ୟପାଳ ଅନୀଲ ବୈଜଲ । କେନ୍ଦ୍ରସରାର ଅନଲକ ୩ ପାଇଁ ନୂଆଗାଇଡଲାଇନ ଜାରି କରିବା ପରେ ଦିଲ୍ଲୀ ସରକାର ମଧ୍ୟ ଦୁଇଟି ବଡ ନିଷ୍ପତି ନେଇଥିଲେ । ଶନିବାର ଠାରୁ ହୋଟେଲ ଗୁଡିକ ଖୋଲିବା ସହ ସପ୍ତାହିକ ମାର୍କେଟ ଖୋଲିବାକୁ କହିଥିଲେ । କିନ୍ତୁ ବୈଜଲ ଏହି ନିଷ୍ପତିକୁ ଖଣ୍ଡନ କରିଛନ୍ତି । ଏହାକୁ ନେଇ କେଜ୍ରି ୱାଲ ଓ ବୈଜଲଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଦିଲ୍ଲୀରେ କରୋନା ସ୍ଥିତି ଉଦବେଗଜନକ । ଗତ ୨୪ ଘଂଟାରେ ୧୧୯୫ ଆ୍ରକାନ୍ତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧,୩୫, ୫୮୯ରେ ପଂହଚିଛି ।