ଗାନ୍ଧୀ ପରିବାର ନାମରେ ତଦନ୍ତ

ନୂଆଦିଲ୍ଲୀ- ପିଏମଏଲଏ, ଆୟକର, ଏଫସିଆରଏ, ରାଜିବ ଗାନ୍ଧୀ ଫାଉଣ୍ଡେସନ, ରାଜିବ ଗାନ୍ଧୀ ଚରିଟେବୁଲ ଟ୍ରଷ୍ଟ ଓ ଇନ୍ଦିରାଗାନ୍ଧୀ ଗାନ୍ଧୀ ମେମୋରେବୁଲ ଟ୍ରଷ୍ଟ ର ନ୍ୟାୟିକ ବ୍ୟବସ୍ଥା ନେଇ ଗତ ମାସରେ ବିଜେପି ସରକାର ଗୁରୁତର ଅଭିଯୋଗ କରିଥିଲେ । ତେବେ ଏହି ମାମଲାର ତଦନ୍ତ ପକ୍ରିୟାରେ ସମନ୍ୱୟ ରକ୍ଷା କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ବୁଧବାର ଦିନ ଅନ୍ତରଣୀୟ ମନ୍ତ୍ରୀ ବୈଠକ ଗଠନ କରିଛନ୍ତି ବୋଲି ବିଭାଗୀୟ ମୁଖପାତ୍ର ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ପ୍ରବର୍ତନ ନିର୍ଦେଶାଳୟର ସ୍ୱତନ୍ତ୍ର ନିର୍ଦେଶକ ଏହି କମଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ଫାଉଣ୍ଡେସନର ମୁଖ୍ୟ ରହିଥିବା ବେଳେ ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂ, ରାହୁଲ ଗାନ୍ଧୀ, ପି.ଚିତାମ୍ବରମ ଓ ପ୍ରିୟଙ୍କା ଗାନ୍ଧୀ ଏହାର ଅନ୍ୟତମ ସଦ୍ୟସ ଥିଲେ । ନୂଆଦିଲ୍ଲୀ ସ୍ଥିତ ଚୀନ ଦୂତବାସ ଏହି ଟ୍ରଷ୍ଟକୁ ପାଣ୍ଠି ଯୋଗାଇ ଥିବା କଥା ବିଜେପି ଅଭିଯୋଗ କରିଛି ।

Leave A Reply

Your email address will not be published.

6 + 20 =