୮ ରାଜ୍ୟର ଘରୋଇ ସ୍କୁଲ ଫି ମନା : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ- ସ୍କୁଲ ଫି ଛାଡ ନେଇ ୮ ରାଜ୍ୟର ଅଭିଭାବକ ସଂଘ ସୁପ୍ରମିକୋର୍ଟରେ ପିଟିସନ ଦାୟ କରିଥିଲେ । ଦାୟର ହୋଇଥିବା ପିଟିସନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛି । ଉତରାଖଣ୍ଡ, ଓଡିଶା, ମହାରାଷ୍ଟ୍ର,ଗୁଜୁରାଟ, ରାଜସ୍ଥାନ, ହରିୟାନା, ପଞ୍ଜାବ ସମେତ ୮ରାଜ୍ୟର ଘରୋଇ ସ୍କୁଲ ଲକଡାଉନ ସମୟରେ ସ୍କୁଲ ଫି ଆଦାୟ କରିପରିବ ନାହିଁ । ରାଜ୍ୟ ସରକାର ଘରୋଇ ସ୍କୁଲ ମାନଙ୍କ ଉପରେ ନଜର ରଖିବା ନିହାତି ଆବଶ୍ୟକ । ଯଦି କୌଣସି ପିଲା କୋର୍ସ ଫି ଦେଇ ପାରୁନି ତେବେ ତାକୁ ସ୍କୁଲରୁ ବଂଚିତ କରାଯାଉଛି କି ନାହିଁ ତା ଉପରେ ନଜର ରଖିବେ । ଏତଦ୍ ବ୍ୟତିତ ଅନଲାଇନ କ୍ଳାସ ବନ୍ଦ କରିବାକୁ ମଧ୍ୟ କୁହାଯାଇଛି । ମହାମାରୀ କରୋନା ପାଇଁ ଆର୍ଥିକ ପରିସ୍ଥିତି ବିଗିଡି ଯାଇଛି । ଏଭଳି ପରିସ୍ଥିତିରେ ଅଧିକାଂଶ ଅଭିଭାବକ ହାତଗୋଡ ବାନ୍ଧି ଘରେ ବସିଛନ୍ତି । ତେଣୁ ସ୍କୁଲ ଫି ଛାଡ କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.

2 × two =