ଇନେ୍ଦାର- ଶ୍ରୀ ରମେଶ ଚନ୍ଦ୍ର ସାହୁ ଇନ୍ଦୋର ୟୁକୋ ବ୍ୟାଙ୍କର ଆଚଂଳିକ କାଯ୍ୟାଳୟର ମୁଖ୍ୟ ଭାବେ ଗତ ୮ ତାରିଖ ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ନିକଟରେ ସେ କୋଲକାତା ସ୍ଥିତ ମୁଖ୍ୟ ବ୍ୟାଙ୍କରୁ ବଦଳି ହୋଇଥିଲେ । ସୂଚନାଯୋଗ୍ୟ ଯେ, ସେ ୨୦୦୭ ମସିହାରେ ଗୌହାଟି ୟୁକୋ ବ୍ୟାଙ୍କ କାର୍ଯ୍ୟାଳୟରେ ଜଣେ ବରିଷ୍ଠ ପ୍ରବନ୍ଧକ ଭାବେ ନିଯୁକ୍ତି ପାଇଥିଲେ । ଇନ୍ଦୋରରେ କାର୍ଯ୍ୟଭାର ଗହଣ କରିବା ପୂର୍ବରୁ ସେ ଆସାମ, ପଶ୍ଚିମବଙ୍ଗ, ଓଡିଶା, ଆନ୍ଧପ୍ରଦେଶ ଏବଂ ତେଲେଙ୍ଗାନାର ଆଂଚଳିକ କାଯ୍ୟାଳୟରେ କାର୍ଯ୍ୟ କରିଥିଲେ । ଇନ୍ଦୋର ଆଂଚଳିକ କାର୍ଯ୍ୟାଳୟ ଅଧିନରେ ୭୫ ଶାଖା ଅଛି । ସେ ବ୍ୟାଙ୍କରେ ଉନ୍ନତ ଗ୍ରାହକ ସେବା, ସରକାରୀ ଯୋଜନାର ସଫଳ ରୂପାୟନ ଏବଂ ଋଣ ବୃଦ୍ଧି କ୍ଷେତ୍ରରେ ବିଶେଷ ଅଗ୍ରାଧିକାର ଦେବେ ବୋଲି କହିଛନ୍ତି । ଶ୍ରୀ ସାହୁ ବ୍ୟାଙ୍କ ସେବା କ୍ଷେତ୍ରରେ ଜଣେ କର୍ତବ୍ୟନିଷ୍ଠ ଅଫିସର ଭାବେ ଜଣାଣୁଶା ।