ଅମରନାଥ ଯାତ୍ରା ବାତିଲ୍


ନୂଆଦିଲ୍ଲୀ- ଚଳିତ ବର୍ଷ ହୋଇପାରିବନି ବିଶ୍ୱପ୍ରସିଦ୍ଧ ଅମରନାଥ ଯାତ୍ରା । କରୋନାଭାଇରସ ସଂକ୍ରମଣ ଓ ଶ୍ରଦ୍ଧାଳୁଙ୍କ ସ୍ୱାର୍ଥ ଦୃଷ୍ଟିରୁ ଶ୍ରୀ ଅମରନାଥଜୀ ଧାର୍ମିକ ବୋର୍ଡର ୩୯ ତମ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଶ୍ରଦ୍ଧାଳୁମାନେ ଲାଇଭ ଟେଲିକାଷ୍ଟ ଜରିଆରେ ସକାଳ ଓ ସନ୍ଧ୍ୟା ଆଳତୀ ଦେଖିପାରିବେ । ଜୁଲାଇ ୨୧ରୁ ଏହି ଯାତ୍ରା ଆରମ୍ଭ ହେବା ନେଇ କୁହାଯାଇଥିଲା । କିନ୍ତୁ ଏହାକୁ ବନ୍ଦ କରିବାକୁ ଆନୁଷ୍ଠାନିକ ଘୋଷଣା ହୋଇସାରିଛି । ପୂର୍ବରୁ ଅମରନାଥ ଯାତ୍ରା ଉପରେ ରୋକ ଳଗାଇବା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର ହୋଇଥିଲା । ଯାତ୍ରାର ପରିଚାଳନା କୁ ନେଇ ଶ୍ରୀ ଅମରନାଥଜୀ ଧାର୍ମିକ ବୋର୍ଡର ଅଧ୍ୟକ୍ଷ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଏକ ବୈଠକର ଅଧକ୍ଷତା କରିଥିଲେ । ଏହି ବୈଠକରେ ବୋର୍ଡର ସଦସ୍ୟମାନେ ଭିଡିଓ କନଫରେନ୍ସି ଜରିଆରେ ଭାଗ ନେଇଥିଲେ ।

Leave A Reply

Your email address will not be published.

6 + seventeen =