ବିଶ୍ୱ ଇମୋଜି ଦିବସ

ପ୍ରତି ବର୍ଷ ଜୁଲାଇ ୧୭ ତାରିଖକୁ ବିଶ୍ୱ ଇମୋଜି ଦିବସ ଭାବେ ପାଳନ କରାଯାଏ । ୨୦୧୪ ଜୁଲାଇ ୧୭ ତାରିଖ ଠାରୁ ଏହି ଦିବସ ପାଳନ ହୋଉଛି । ଡିଜିଟାଲ ଦୁନିଆରେ ଇମୋଜି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । ଭାବର ଆଦନ ପ୍ରଦାନରେ ମଧ୍ୟରେ ଏହା ବହୁଳ ମାତ୍ରାରେ ବ୍ୟବହାର ହୋଇଥିଏ । ଇମୋଜି ପୂର୍ବରୁ ଇମୋଟିକନସ ଥଲା । ଏହାପରେ ଆସିଲା ଜାପାନୀ ଭାବୋଦ୍ୟୋତକ ଚିତ୍ରାବଳୀ ଇମୋଜି ଯାହାର ଅର୍ଥ ଚିତ୍ର । ୧୯୯୦ ମସିହାରେ ପ୍ରଥମେ ଶିଗେତାକା କୁରିତା ଏହାକୁ ତିଆରି କରିଥିଲେ । ବିଶେଷ କରି ଯୁବପିଢୀ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଇମୋଜି ତିଆରି କରିଥିଲେ । ଏହା ପରଠାରୁ ପ୍ରତିବର୍ଷ ନୂଆନୂଆ ଇମୋଜି ତିଆରି ହେବାକୁ ଲାଗିଛି । ବର୍ତମାନ ଏହି ଇମୋଜି କେବଳ ସ୍ମାର୍ଟ ଫୋନରେ ସୀମିତ ନୁହେଁ କମ୍ପୁ୍ୟଟରରେ ମଧ୍ୟ ଏହି ଇମୋଜିକୁ ବ୍ୟବହାର କରାଯାଉଛି । ୧୮୦୦ରୁ ଅଧିକ ଇମୋଜି ତିଆରି ହୋଇଛି । ଶାରୀରିକ ଭାବେ, ଖାଦ୍ୟପେୟ ପଶୁପକ୍ଷୀ ଠାରୁ ଆରମ୍ଭ କରି ସବୁ ପ୍ରକାରର ଇମୋଜି ଏବେ ଉପଲବ୍ଧ । ଭାବକୁୁ ଶଦ୍ଧ ମାଧ୍ୟମରେ ବ୍ୟକ୍ତି କରିବା ଠାରୁ ଇମୋଜି ମାଧ୍ୟମରେ ବ୍ୟକ୍ତ କରିବା ମଣିଷ ପାଇଁ ସହଜ ଓ ସୁଖକର ହେଇଛି ।

Leave A Reply

Your email address will not be published.

two × three =