ନୂଆଦିଲ୍ଲୀ- ନୂଆନୂଆ ରୂପ ବଦାଳାଉଛି ମାହାମରୀ କରୋନା । ପୂର୍ବରୁ ସ୍ୱାଦ ଜାଣି ନପାରିବା, ଘ୍ରାଣ ଶକ୍ତି କମିବା ଆଦି ଲକ୍ଷଣ ଥିଲେ କରୋନା ଆକ୍ରାନ୍ତ ବୋଲି ଜଣାପଡୁଥିଲା । କିନ୍ତୁ ଏବେ ଦେଖିବାକୁୁ ମିଳୁଛି ଯେଉଁ ମାନେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେମାନଙ୍କ ପାଟିରେ ଘା ହୋଇଛି । ସ୍ପେନର ଡାକ୍ତର କହିଛନ୍ତି ଚିକିତ୍ସା ବିଜ୍ଞାନ ଭାଷାରେ ପାଟି ଘା କୁ ଏନ୍ନଥେମ୍ କୁହନ୍ତି । ଏପ୍ରିଲ ମାସରେ ପ୍ରାୟ୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଯେଉଁମାନଙ୍କ ଚର୍ମରେ ଘା ହୋଇଥିଲା । ସେମାନଙ୍କ ମଧ୍ୟରୁ ୬ ଜଣ ଆକ୍ରାନ୍ତଙ୍କ ପାଟିରେ ଘା ହୋଇଥିଲା । କରୋନା ଲକ୍ଷଣ ଆରମ୍ଭ ହେବାର ୧୨ ଦିନରେ ଏହି ପାଟି ଘା ଲକ୍ଷଣ ଦେଖିବାକୁ ମିଳିବ ବୋଲି ଗବେଷଣା ରିପୋର୍ଟରେ ଲେଖା ହୋଇଛି । ଏପ୍ରିଲରେ ସିଡିସି ଛଅଟି ଅଧିକ ଲକ୍ଷଣକୁୁ ଚିହ୍ନଟ କରିଥିଲା । ଯେଉଁଥିରେ ଡାଇରିଆ, ମୁଣ୍ଡ ବ୍ୟଥା ଏବଂ ବାନ୍ତି ହେବା ଭଳି ଲକ୍ଷଣ ରହିଥିଲା । ଯେଉଁମାନଙ୍କ ପାଖରେ ଏହି ସବୁ ଲକ୍ଷଣ ଦେଖା ପରିଲିକ୍ଷିତ ହେଉଥିବ ସେମାନେ କରୋନାରେ ଆକ୍ରାନ୍ତ ବୋଲି ସନ୍ଦେହ କରାଯିବ । ବର୍ତମାନ ସୁଦ୍ଧା କରୋନା ଲକ୍ଷଣ କୁ ନେଇ ସିଡିସି ଜାରି କରିଥିବା ଲକ୍ଷଣ ଜ୍ୱର କିମ୍ବା ଥଣ୍ଡା, କାଶ, ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା, ଥକ୍କା, ମାଂସପୋଶୀରେ ଯନ୍ତ୍ରଣା, ମୁଣ୍ଡବିନ୍ଧା , ସ୍ୱାଦ କିମ୍ବା ଘ୍ରାଣ ଶକ୍ତି କିମବା , ଗଳା ଯନ୍ତ୍ରଣା, ସଂକ୍ରମଣ କିମ୍ବା ନାକ ପ୍ରବାହିତ ହେବା, ବାନ୍ତି ଏବଂ ଡାଇରିଆ ଆଦି ରହିଛିି ।